ନେପାଳରେ ବିମାନ ନିଖୋଜ; ଏକ ଘଣ୍ଟା ହେଲା ମିଳୁନି ପତ୍ତା, ବିମାନରେ ଥିଲେ ୪ ଭାରତୀୟ

କାଠମାଣ୍ଡୁ: ନେପାଳରେ ଏକ ଘରୋଇ ବିମାନ ନିଖୋଜ ହୋଇଯାଇଛି । ଦୀର୍ଘ ଏକ ଘଣ୍ଟା ହେବ ବିମାନ ତାରା ୯NAETର ପତ୍ତା ମିଳୁନଥିବା ଜଣାପଡ଼ିଛି । ବିମାନଟି ପୋଖରାରୁ ଜୋଙ୍ଗସଙ୍ଗ ଯାଉଥିବା ବେଳେ ନିଖୋଜ ହୋଇଯାଇଛି ।

ସୂଚନା ମୁତାବକ ତାରା ୯NAET ସକାଳ ୯ଟା ୫୫ରେ ଉଡାଣ ଆରମ୍ଭ କରିଥିଲା । ହେଲେ କିଛି ସମୟପରେ ନିଖୋଜ ହୋଇଯାଇଥିଲା । ବିମାନଟିରେ ମୋଟ୍‌ ୨୨ଜଣ ଯାତ୍ରୀ ଥିବା ବେଳେ ସେମାନଙ୍କ ମଧ୍ୟରେ ୪ ଭାରତୀୟ ଓ ୩ ଜାପାନୀ ଯାତ୍ରୀ ଥିବା ଜଣାପଡ଼ିଛି । ଏନେଇ ନେପାଳର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ମୁଖପାତ୍ର ପ୍ରତିକ୍ରିୟା ରଖିଛନ୍ତି ।

ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ମୁଖପାତ୍ର ଫଦିନ୍ଦ୍ରମଣି ଫୋଖରିଆଲ କହିଛନ୍ତି ବିମାନଟିକୁ ଖୋଜିବା ପାଇଁ ପ୍ରୟାସ କରାଯାଉଛି । ପୋଖରାର ଦୁଇଟି ଘରୋଇ ହେଲିକପ୍ଟରକୁ ଏଥିଲାଗି ନିୟୋଜିତ କରାଯାଇଛି । ସେନା ହେଲିକପ୍ଟର ମଧ୍ୟ ବିମାନଟିକୁ ଖୋଜୁଛନ୍ତି ବୋଲି କହିଛନ୍ତି ଫଦିନ୍ଦ୍ରମଣି ଫୋଖରିଆଲ ।

 

Comments are closed.