www.samajalive.in
Sunday, December 14, 2025
19.1 C
Bhubaneswar

ସଙ୍ଗୀତ ମାଧ୍ୟମରେ ବଞ୍ଚି ରହିବେ କଣ୍ଠଶିଳ୍ପୀ ତପୁ

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ଶନିବାର ରାତିରେ ଦେହାନ୍ତ ହୋଇଥିଲା। ରବିବାର ସତ୍ୟନଗର ଶ୍ମଶାନରେ ତପୁଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ନବବଧୂ ବେଶରେ ତାଙ୍କୁ ସଜାଇ ଦିଆଯାଇଥିଲା। ସ୍ବାମୀ ଦୀପକ ପୂଜାରୀ ମୁଖାଗ୍ନି ଦେଇଥିଲେ। ଏହି ଅବସରରେ ଭଉଣୀ, ପରିବାର ଲୋକଙ୍କ ସମେତ ବହୁ ସାଥୀ କଳାକାର ଉପସ୍ଥିତ ଥିଲେ l ନିକଟରେ କରୋନା ଆକ୍ରାନ୍ତ ହୋଇ ତପୁ ଡାକ୍ତରଖାନରେ ଭର୍ତ୍ତି ହୋଇଥିଲେ। ପରେ ସୁସ୍ଥ ହୋଇଥିଲେ ମଧ୍ୟ ତାଙ୍କ ଫୁସଫୁସ ସଂକ୍ରମଣ କାରଣରୁ ସ୍ବାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହୋଇପଡ଼ିଥିଲା। ଦୀର୍ଘଦିନ ଧରି ଡାକ୍ତରଖାନାରେ ସଙ୍ଘର୍ଷ କରିବା ପରେ ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଥିଲେ।

- Advertisement -

ପଞ୍ଚଭୂତରେ ତପୁ ବିଲୀନ

ଭଜନ, ଆଧୁନିକ, ଚଳଚ୍ଚିତ୍ର, ଆଲବମ୍‌, ଲୋକ ସଙ୍ଗୀତରେ କଣ୍ଠଦାନ କରି ସ୍ୱତନ୍ତ୍ର ଛାପ ଛାଡ଼ିଯାଇଛନ୍ତି ତପୁ l ସେ ଚାଲିଯାଇଛନ୍ତି ସତ କିନ୍ତୁ ଅବର୍ତ୍ତମାନରେ ନିଜ ସଙ୍ଗୀତ ମାଧ୍ୟମରେ ସମସ୍ତଙ୍କ ହୃଦୟରେ ରହିବେ ବୋଲି ଅନେକ କଳାକାର ଶୋକପ୍ରକାଶ କରି କହିଛନ୍ତି। ଶେଷକୃତ୍ୟ ସମ୍ପନ୍ନବେଳେ ସଙ୍ଗୀତକାର ପ୍ରେମାନନ୍ଦ, ଏଲିନା, ବୁଲୁ, ଉଷସୀ, ସୋଫିଆ, ବିଭୁକିଶୋର ପ୍ରମୁଖ ବହୁ ଶୁଭେଛୁ ଉପସ୍ଥିତ ଥିଲେ। ତପୁଙ୍କ ବିୟୋଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶା ସିନେ କ୍ରିଟିକ୍‌ ଆସୋସିଏସନ ପକ୍ଷରୁ ପ୍ରଦୋଷ ପଟ୍ଟନାୟକ, ଦିଲୀପ ହାଲିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି।

Hot this week

ମାଲକାନଗିରି ହିଂସା:୧୨ ଗିରଫ

ସମାଜ ଲାଇଭ ଡ଼େସ୍କ:ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories