ଖୁବଶୀଘ୍ର ବିବାହ କରିବେ ଗାୟିକା ତପୁ ମିଶ୍ର

0

ଭୁବନେଶ୍ବର : ଓଲିଉଡ଼ ଗାୟିକା ତପୁ ମିଶ୍ର ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସୂଚନା ଅନୁସାରେ, ଡିସେମ୍ବର ୧୨ ତାରିଖରେ ସେ ଅଭିନେତା ଦୀପକ ପୂଜାହାରୀଙ୍କୁ ବିବାହ କରିବେ। ସାମାଜିକ ଗଣମାଧ୍ୟମରେ ତପୁ ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ତାଙ୍କ ସ୍ୱପ୍ନର ସୌଦାଗର ତାଙ୍କ ଜୀବନକୁ ଆସିଯାଇଛନ୍ତି। ତପୁଙ୍କ ଭାବି ସ୍ବାମୀ ଦୀପକ ପୂଜାହାରୀ ହେଉଛନ୍ତି ସୋନପୁର ଜିଲାର। ସେ ଅନେକ ବିଜ୍ଞାପନ, ଟେଲି ଧାରବାହିକ ଏବଂ ସମ୍ବଲପୁରୀ ଗୀତର ଭିଡିଓରେ ଅଭିନୟ କରିଛନ୍ତି। ଦୀପକ ଏକ ଓଡିଆ ସିନେମା ‘ଆସିଲୁ ତୁ ଯେବେ ଜୀବନେ’ରେ ମଧ୍ୟ ଅଭିନୟ କରିଛନ୍ତି। ତପୁ ତାଙ୍କ ପ୍ରଶଂସକମାନଙ୍କ ଠାରୁ ସହଯୋଗ ଓ ଶୁଭେଚ୍ଛା କାମନା କରିଛନ୍ତି।

ଇତି ମଧ୍ୟରେ ଦୁହିଁଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଯାଇଛି। ଗଣମାଧ୍ୟମର ଧ୍ୟାନ ଆକର୍ଷଣ ନକରି ଗତ ନଭେମ୍ବର୯ ତାରିଖରେ ଭୁବନେଶ୍ୱରରେ ତାଙ୍କର ନିର୍ବନ୍ଧ ଶେଷ ହୋଇଯାଇଛି। ବିବାହ ଭୁବନେଶ୍ୱରର ଏକ ହୋଟେଲରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।

Leave A Reply