ପ୍ରକୃତିର ଏକ ଭିନ୍ନ ରୂପ ତପ୍ତପାଣି

0

ଓଡ଼ିଶାର ପ୍ରମୁଖ ସ୍ଥାନ ମାନଙ୍କରୁ ଗଞ୍ଜାମ ଜିଲାରେ ଅବସ୍ଥିତ ଧାର୍ମିକ ସ୍ଥଳ ତପ୍ତପାଣି ଉଷ୍ଣପ୍ରସବଣ ସୃଷ୍ଟି କରିଛି ନିଜର ସ୍ୱତନ୍ତ୍ର ପରିଚୟ। ଏହାର ଅବସ୍ଥିତି ଗଞ୍ଜାମରେ ହେଲେ ମଧ୍ୟ ଗମନାଗମନ ଦୃଷ୍ଟିକୋଣରୁ ଏହା ଗଜପତି ଜିଲା ସୀମାନ୍ତ ନିକଟବର୍ତ୍ତୀ। ଗଜପତି ଠାରୁ ୧୬କିଲୋମିଟର ଦୂରରେ ମୋହନା ଠାରେ ଏହା ଅବସ୍ଥିତ। ତପ୍ତ ଅର୍ଥ ଗରମ ବା ଉଷ୍ଣ ଓ ପାଣି ଅର୍ଥ ପାଣି ବା ଜଳ। ଏଠାରେ ଉତ୍ତପ୍ତ ଜଳ ବାହାରୁଥିବାରୁ ଏହାର ନାମ ତପ୍ତପାଣି ହୋଇଛି। ଏଠାରେ ରହିଛି ଏକ ମନ୍ଦିର ଯେଉଁଠାରେ ବହୁ ଭକ୍ତଙ୍କ ସମାଗମ ହୋଇଥାଏ। ଏଠାରେ ପ୍ରକୃତିର ଏକ ଭିନ୍ନ ରୂପ ଦେଖିବାକୁ ମିଳିଥାଏ। ଏଠାକାର ପାଣି ସର୍ବଦା ଉଷ୍ଣ ରହିଥିବା ବେଳେ ଏଠାରେ କନ୍ଧ ସମ୍ପ୍ରଦାୟର ଆଦ୍ୟଦେବୀ ମା’କନ୍ଧୁଣିଙ୍କୁ ବହୁ ପ୍ରାଚୀନ କାଳରୁ ପୂଜାର୍ଚ୍ଚନା କରାଯାଉଛି।

ମାନ୍ୟତା ରହିଛି ଏଠାକାର ଉଷ୍ଣ ଜଳରେ ସ୍ନାନ କରିବା ଦ୍ୱାରା ବହୁ ରୋଗରୁ ମୁକ୍ତି ମିଳିଥାଏ। ଏହି ଉଷ୍ଣପ୍ରସବଣକୁ ଦେଖିବାକୁ ଭକ୍ତଙ୍କ ସହ ବହୁ ପର୍ଯ୍ୟଟଙ୍କ ମଧ୍ୟ ଏଠାରେ ଭିଡ଼ ଜମିଥାଏ।
ପ୍ରକୃତି ମନୋରମ ଦୃଶ୍ୟକୁ ଉପଭୋଗ କରିବା ସହ ମନ୍ଦିର ଠାରୁ ଅଳ୍ପ ଦୂରରେ ରହିଥିବା ମୃଗ ବିହାରକୁ ଦେଖିବାକୁ ମଧ୍ୟ ବହୁ ଭିଡ଼ ଜମିଥାଏ। ଏଠାରେ ଥିବା ମୃଗ ମାନଙ୍କୁ ଦେଖି ମଧ୍ୟ ଖୁବ ଆନନ୍ଦିତ ହୋଇଥାଆନ୍ତି। ପ୍ରକୃତିକୁ ଭଲ ପାଉଥିବା ପର୍ଯ୍ୟଟକଙ୍କ ନିମନ୍ତେ ଏହା ଖୁବ ଆକର୍ଷଣୀୟ ଅଟେ।

Leave A Reply