ରେଢ଼ାଖୋଲ, ବଇଣ୍ଡା, ଗଡ଼ପୋଷରେ ରହିବ ତପସ୍ବିନୀ

ଭୁବନେଶ୍ବର: ତପସ୍ୱିନୀ ସ୍ବତନ୍ତ୍ର ରେଳ ରେଢ଼ାଖୋଲ, ବଇଣ୍ଡା ଓ ଗଡ଼ପୋଷରେ ଅତିରିକ୍ତ ରହଣି କରିବ। ଜନସାଧାରଣଙ୍କ ଦାବିକୁ ଦୃଷ୍ଟିରେ ରଖି ପରୀକ୍ଷା ମୂଳକ ଭାବେ ତିନି ମାସ ପାଇଁ ରେଢ଼ାଖୋଲ, ବଇଣ୍ଡା ଓ ଗଡ଼ପୋଷ ରେଳ ରହଣିସ୍ଥଳରେ ତପସ୍ୱିନୀ ରହଣି କରିବାକୁ ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ରେଳ ନଂ ୦୮୪୫୨/୦୮୪୫୧ ପୁରୀ-ହଟିଆ-ପୁରୀ ତପସ୍ୱିନୀ ଉଭୟ ପାର୍ଶ୍ୱରୁ ୩୦ ସେପ୍ଟେମ୍ବରରୁ ଗଡପୋଷରେ ରହଣି କରିଛି। ଭୋର ୬.୧୬ମିରେ ରେଳ ପହଞ୍ଚିଥିଲା ଏବଂ ଭୋର ୦୬.୧୭ମିରେ ହଟିଆ ଅଭିମୁଖେ ଯାତ୍ରା କରିଥିଲା। ରେଳ ନଂ ୦୮୪୫୧ ହଟିଆ-ପୁରୀ ଗଡ଼ପୋଷଠାରେ ରାତି ୮.୧୦ମିରେ ଲାଗିବା ସହ ରାତି ୮.୧୧ମିରେ ପୁରୀ ଅଭିମୁଖେ ଛାଡିଥିଲା।

ରେଳ ନଂ ୦୮୪୫୨/୦୮୪୫୧ ପୁରୀ-ହଟିଆ-ପୁରୀ ତପସ୍ୱିନୀ ଉଭୟ ପାର୍ଶ୍ୱରୁ ୧ ଅକ୍ଟୋବରରୁ ବଇଣ୍ଡା ଏବଂ ରେଢ଼ାଖୋଲରେ ରହିବ। ବଇଣ୍ଡାରେ ଏହି ରେଳଗାଡି ରାତି ୦୧.୫୦ମିରେ ପହଞ୍ଚି ରାତି ୦୧.୫୨ମିରେ ଛାଡିବ। ରେଢ଼ାଖୋଲରେ ରାତି ୦୨.୨୮ମିରେ ପହଞ୍ଚିବ ଏବଂ ରାତି ୦୨.୩୦ମିରେ ହଟିଆ ଅଭିମୁଖେ ଛାଡିବ। ଫେରିବା ମାର୍ଗରେ ରେଳ ନଂ ୦୮୪୫୧ ହଟିଆ-ପୁରୀ ରେଢ଼ାଖୋଲରେ ରାତି ୧୧.୩୦ମିରେ ପହଞ୍ଚିବ ଏବଂ ରାତି ୧୧.୩୨ମିରେ ଛାଡିବ। ବଇଣ୍ଡାରେ ରାତି ୧୨.୧୨ମିରେ ପହଞ୍ଚିବ ଏବଂ ରାତି ୧୨.୧୪ମିରେ ପୁରୀ ଅଭିମୁଖେ ଛାଡିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.