ସୁମିତ-ତପସ୍ୱିନୀ ବିବାଦ ମାମଲା : ମଇ ୯ରେ ପରବର୍ତ୍ତି ଶୁଣାଣି

ପୁଣି କାଉନସିଲିଂ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ବ୍ରହ୍ମପୁର ବ୍ରହ୍ମାନଗରର ଡାକ୍ତର ସୁମିତ ସାହୁ ଓ ପତ୍ନୀ ତପସ୍ୱିନୀ ଦାଶ ପାରିବାରିକ ବିବାଦ ମାମଲାରେ ପୁଣି ଥରେ କାଉନସିଲିଂ ପାଇଁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ଆସନ୍ତା ମଇ ୯ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।
ସୂଚନାଯୋଗ୍ୟ, ବ୍ରହ୍ମପୁର ବ୍ରହ୍ମାନଗରର ଡାକ୍ତର ସୁମିତ ସାହୁ ଓ ପତ୍ନୀ ତପସ୍ୱିନୀ ଦାଶ ପାରିବାରିକ ବିବାଦ ମାମଲା ହାଇକୋର୍ଟରେ ଚାଲିଥିବା ବେଳେ ଗତ ୯ ତାରିଖରେ ହାଇକୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ଉଭୟ ପତି ପତ୍ନୀ  ହାଜର ହୋଇଥିଲେ । ମଧ୍ୟସ୍ଥତା କେନ୍ଦ୍ରରେ ସେମାନଙ୍କର କାଉନସିଲିଂ ଚାଲିଥିଲା। ତେବେ ପୁଣି ପୁଣି ଥରେ କାଉନସିଲିଂ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ହାଇକୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ବ୍ରହ୍ମପୁରର ଡାକ୍ତର ସୁମିତ ସାହୁ ଓ ତାଙ୍କ ପତ୍ନୀ ତପସ୍ୱିନୀ ପ୍ରଥମ ପର୍ଯ୍ୟାୟରେ ଗତ ୯ରେ ମଧ୍ୟସ୍ଥତାରେ ଅଂଶ ଗ୍ରହଣ କରିଥିଲେ । ମଧ୍ୟସ୍ଥ ଆଇନଜୀବୀ ଖଗେଶ୍ବର ରାଜ ଉଭୟଙ୍କ ମଧ୍ୟରେ ଆଲୋଚନା କରି ପୁନର୍ମିଳନ ପାଇଁ ଚେଷ୍ଟା କରିଥିଲେ। ପ୍ରାୟ ୪ଘଣ୍ଟା ବ୍ୟାପୀ ଅପୋଷ ବୁଝାମଣା ହୋଇଥିବାବେଳେ ତାହା ସକରାତ୍ମକ ହୋଇଥିଲା । ପୁଣି ୧୧ ତାରିଖରେ ମଧ୍ୟ  ଉଭୟେ ମଧ୍ୟସ୍ଥତାରେ ପୂର୍ଣ୍ଣ ସହଯୋଗ କରିଥିଲା।

ତପସ୍ବିନୀଙ୍କୁ ରହିବା ଲାଗି ସୁମିତ ସାହୁ ନେଇଥିବା ଭଡ଼ା ଘରର ଦୁଇ ମିନିଟର ଭିଡଇଓ କ୍ଲିପ୍ ଦାଖଲ ପାଇଁ ହାଇକୋର୍ଟ କହିଥିଲେ। ଭଡା ଘରର ଭିଡିଓ କରି ହାଇକୋର୍ଟରେ ଦାଖଲ କରିବାକୁ ଉଭୟ ତପସ୍ୱିନୀ ଓ ସୁମିତଙ୍କୁ ନିର୍ଦେଶ ଦିଆଯାଇଥିଲା। ଏଥି ସହିତ ସୁମିତ ସରକାରୀ କ୍ବାର୍ଟର ନେଇଛନ୍ତି କି ନାହିଁ ସେ ନେଇ ସତ୍ୟପାଠ ମାଧ୍ୟମରେ ସ୍ପଷ୍ଟ କରିବାକୁ ହାଇକୋର୍ଟ ନିର୍ଦେଶ ଦେଇଥିଲେ। ବୁଧବାର ମାମଲାର ଶୁଣାଣି ପରେ ଅଦାଲତ ଏହି  ନିର୍ଦ୍ଦେଶ ଦେଇଛନ୍ତି ।

 

Comments are closed.