ତପସ୍ୱିନୀଙ୍କ ଆଖିରୁ ଶୁଖୁନି ଲୁହ- କୋର୍ଟଙ୍କ ନିର୍ଦେଶ ପରେ ବି ପୁଲିସ ଉପସ୍ଥିତିରେ ସକାଳୁ କୁଆଡେ ଚାଲିଯାଇଛନ୍ତି ଡାକ୍ତର ସ୍ୱାମୀ ସୁମିତ

ବ୍ରହ୍ମପୁର – ତପସ୍ୱିନୀ ଏବଂ ସୁମିତଙ୍କ ଘଟଣା ସାରା ରାଜ୍ୟରେ ଚହଳ ପକାଇଥିଲା  । ସ୍ୱାମୀଙ୍କୁ ଫେରିବା ପାଇବା ପାଇଁ ତପସ୍ୱିନୀ କରିଥିଲେ ସଂଘର୍ଷ । ୧୦ ଦିନ କାଳ ଶଶୁରଙ୍କ ଘର ଆଗରେ ଧାରଣ ଦେଇଥିଲେ । ଶେଷ କୋର୍ଟ ସେମାନଙ୍କୁ ୭ ଦିନ ଏକାଠି ରହିବା ପାଇଁ ନିର୍ଦେଶ ଦେଇଥିଲେ । ଘର ଠିକ୍‌ ହୋଇ ନପାରିବାରୁ ଆସ୍କା ଚିନିକଳର ଅତିଥି ଭବନରେ ସେମାନେ ରହିଥିଲେ । ସବୁ କିଛି ଠିକ୍‌ ଠାକ୍‌ ଚାଲିଥିଲା ।ପରବର୍ତ୍ତୀ ତାରିଖରେ  କୋର୍ଟ ପୁଣି ନିର୍ଦେଶ ଦେଇଥିଲେ  ଜାନୁଆରୀ ମାସ ୧୭ ତାରିଖ ପର୍ଯ୍ୟନ୍ତ ଆସ୍କାର ଏକ ଭଡା ଘରେ ଏମାନେ ଏକାଠି ରହିବେ । ହେଲେ ଏହି ନିର୍ଦେଶ ଆସିବାର ପରଦିନ ଅର୍ଥାତ ଶୁକ୍ରବାର ସକାଳୁ ସୁମିତ କୁଆଡେ ଚାଲିଯାଇଥିବା ତପସ୍ୱିନୀ ଅଭିଯୋଗ କରିଛନ୍ତି  ।

 

ତପସ୍ୱନୀଙ୍କ ଆଖିରୁ ଶୁଖୁନି ଲୁହ- କୋର୍ଟ ନିର୍ଦେଶ ପରେ ବି ସକାଳୁ କୁଆଡେ ଚାଲିଯାଇଛନ୍ତି ଡାକ୍ତର ସ୍ୱାମୀ ସୁମିତ ବୋଲି ଅଭିଯୋଗ  ହୋଇଛି ।  ସାତ ଦିନ କାଳ ସବୁକିଛି ଠିକ୍‌ ଠାକ୍‌ ଥିଲା । ସୁମିତ କଫି କରି ତପସ୍ୱନୀଙ୍କୁ ଦେଉଥିଲେ । ହେଲେ ଗୁରୁବାର ଶୁଣାଣୀ ପରେ କାହାଠାରୁ ସେ  ଫୋନ୍‌ରେ କିଛି ନିର୍ଦେଶ ପାଇ ଏପରି କରିଛନ୍ତି ବୋଲି ତପସ୍ୱିନୀ କାନ୍ଦି କାନ୍ଦି କହିଛନ୍ତି । କୋର୍ଟଙ୍କ ନିର୍ଦେଶ ପରେ ବି ଏପରି ହେବାରୁ ସେ ଏକ ପ୍ରକାର ଭାଙ୍ଗି ପଡିଥିବା କହିଛନ୍ତି ।

ସୁମିତଙ୍କ ଡାକ୍ତରଖାନାକୁ କଲ୍‌ କରିବାରୁ ସେ ୪ ଦିନ ଛୁଟିରେ ଥିବା କଥା ତପସ୍ୱିନୀ ଜାଣିବାପାଇଁ ପାଇଥିଲେ । ଏହାପରେ ସେ କୁଆଡେ ଜଣେ ବ୍ୟକ୍ତିଙ୍କ ସହ ସ୍କୁଟିରେ ବସି ଚାଲିଯାଇଛନ୍ତି ବୋଲି ତପସ୍ୱନୀ ଅଭିଯୋଗ କରିଛନ୍ତି । ପୋଲିସ ଉପସ୍ଥିତ ଥାଇ ତାଙ୍କ ଆଗରେ ସେ ଚାଲିଯାଇଥିବା ଏବଂ ଉପରୁ ଏଥିପାଇଁ କାହାର ନିର୍ଦେଶ ରହିଥିଲା ବୋଲି ତପସ୍ୱନୀ ସୂଚନା ଦେଇଛନ୍ତି ।

Comments are closed.