ଅବତରଣ ସମୟରେ ହ୍ରଦରେ ଖସିପଡ଼ିଲା ବିମାନ; ଉଦ୍ଧାରକାର୍ଯ୍ୟ ଜାରି

ଡାର ଏସ ସଲାମ: ତାଞ୍ଜାନିଆରେ ରବିବାର ଏକ ଯାତ୍ରୀବାହୀ ବିମାନ ବିମାନବନ୍ଦରରେ ଅବତରଣ ସମୟରେ ହ୍ରଦରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରିସିଜନ୍‌ ଏୟାରଲାଇନ୍ସର ଘରୋଇ ବିମାନ ଯେଉଁ ସମୟରେ ବୁକୋବାରେ ଅବତରଣ କରିବାକୁ ଯାଉଥିଲା, ଠିକ୍‌ ସେହି ସମୟରେ ପାଇଲଟ୍‌ ନିୟନ୍ତ୍ରଣ ହରାଇଥିଲେ ଓ ବିମାନଟି ଏୟାରପୋର୍ଟ ନିକଟରେ ଥିବା ଭିକ୍ଟୋରିଆ ହ୍ରଦରେ ଖସି ପଡ଼ିଥିଲା। ଘଟଣା ବିଷୟରେ ସୂଚନା ପାଇ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି। ବର୍ତ୍ତମାନ ସୁଦ୍ଧା ମୃତାହତ ନେଇ କୌଣସି ସୂଚନା ମିଳିନାହିଁ। ବିମାନରେ କେତେ ଯାତ୍ରୀ ଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ହ୍ରଦରୁ ୧୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି।

 

Comments are closed.