ରାକ୍ଷୀଙ୍କ ଠାରୁ ୧୦ କୋଟି ଦାବି କଲେ ତନୁଶ୍ରୀ

0

ମୁମ୍ବଇ : ବଲିଉଡ଼୍‍ ଅଭିନେତ୍ରୀଙ୍କୁ ଯୌନ ନିର୍ଯ୍ୟାତନାର ପ୍ରସଙ୍ଗ ଉଠାଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ତନୁଶ୍ରୀ ଦତ୍ତା ରାକ୍ଷୀ ସାୱନ୍ତଙ୍କ ବିରୋଧରେ ୧୦କୋଟି ଟଙ୍କାର କ୍ଷତିପୂରଣ ଦାବି କରି ମାନହାନି ମୋକଦ୍ଦମା କରିଛନ୍ତି।
ସୂଚନା ଅନୁସାରେ, ‘ମି ଠୁ’ ଅଭିଯାନ ମାଧ୍ୟମରେ ନାନା ପାଟେକରଙ୍କ ବିରୋଧରେ ତନୁଶ୍ରୀ ଅଭିଯୋଗ ଆଣିବା ପରେ ରାକ୍ଷୀ ତାଙ୍କୁ ସମାଲୋଚନା କରିଥିଲେ। ତନୁଶ୍ରୀଙ୍କୁ କଟାକ୍ଷ କରି ସେ ଦିନର ଘଟଣା ବିଷୟରେ ରାକ୍ଷୀ କହିଥିଲେ ଯେ,“ତନୁଶ୍ରୀ ଡ୍ରଗ୍ସ ନେଇ ତାଙ୍କ ମେକଅପ୍ ଭ୍ୟାନରେ ପଡିଥିଲେ। ଏକ ଗୀତର ସୁଟିଂ ପାଇଁ ତାଙ୍କୁ ଯେତେ ଡାକିଥିଲେ ମଧ୍ୟ ସେ ବାହାରକୁ ବାହାରି ନଥିଲେ। ତେଣୁ ତନୁଶ୍ରୀଙ୍କ ସ୍ଥାନରେ ନାନାଙ୍କ କହିବା ଅନୁଯାୟୀ ମୁଁ ଡ୍ୟାନ୍ସ କରିଥିଲି”।
ରାକ୍ଷୀଙ୍କ ଏହି ବୟାନକୁ ନେଇ ତନୁଶ୍ରୀ କଡା ପଦକ୍ଷେପ ନେଇଛନ୍ତି। ୨୦୦୮ ମସିହାରେ ‘ଓକେ ହର୍ଣ୍ଣ ପ୍ଲିଜ୍’ ସୁଟିଂ ସମୟରେ ନାନା ତାଙ୍କୁ ନିର୍ୟାତନ ଦେଇଥିଲେ ବୋଲି ‘ମି ଠୁ’ ଅଭିଯାନ ମାଧ୍ୟମରେ ତନୁଶ୍ରୀ ଅଭିଯୋଗ କରିଥିଲେ। ତନୁଶ୍ରୀଙ୍କ ଅଭିଯୋଗକୁ ବହୁ ବଲିଉଡ୍ ତାରକା ସମର୍ଥନ କରିଥିଲେ। ହେଲେ ଏକ ଚ୍ୟାନେଲକୁ ସାକ୍ଷାତକାର ଦେଇ ରାକ୍ଷୀ ତନୁଶ୍ରୀଙ୍କୁ ସମାଲୋଚନା କରିଥିଲେ। ନାନା ପାଟେକର ତନୁଶ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ତନୁଶ୍ରୀଙ୍କ ବିରୋଧରେ ମାନହାନି ମକଦ୍ଦମା କରିଛନ୍ତି। ଆସନ୍ତା ୩୧ରେ ଏହି ମାମଲାର ଶୁଣାଣି ହେବ।

Leave A Reply