ନାନା ପାଟେକର ,ଗଣେଶ ଆଚାର୍ଯ୍ୟ ଓ ଅନ୍ୟ ୨ ଜଣଙ୍କ ନାମରେ ପୁଣି ମାମଲା ରୁଜୁ କଲେ ତନୁଶ୍ରୀ ଦତ୍ତ

0

ମୁମ୍ବାଇ . –  ପ୍ରସିଦ୍ଧ ବଲିଉଡ୍‌ ଅଭିନେତା ନାନା ପାଟେକରଙ୍କ ସହ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ ଓ ଅନ୍ୟୟ ଦୁଇଜଣଙ୍କ ନାମରେ , ପୂର୍ବତନ ବଲିଉଡ୍‌ ଅଭିନେତ୍ରୀ ତନୁଶ୍ରୀ ଦତ୍ତ  ଏକ ମାମଲା ରୁଜି କରିଛନ୍ତି । ଆଗରୁ ବିଭିନ୍ନ ଗଣ ମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଏ ବିଷୟରେ ସ୍ୱର ଉତ୍ତୋଳନ କରିଥିବା ତନୁଶ୍ରୀ ୨୦୦୮ ମସିହାରେ ‘ହର୍ଣ୍ଣ ଓକେ’ ସିନେମା ସେଟ୍‌ରେ କିପରି ଅସଦାଚରଣର ଶିକାର ହୋଇଥିଲେ  ସେ ବିଷୟକୁ ନେଇ ମାମଲା ରୁଜୁ କରିଛନ୍ତି ।

ସେ ନାନା ପାଟେକରଙ୍କ ସହ ଗଣେଶ ଆଚାର୍ଯ୍ୟ, ଏହି ସିନେମାର ନିର୍ଦେଶକ ରାକେଶ ସାରଙ୍ଗ ଓ ପ୍ରଯୋଜକ ଅବଦୁଲ ସିଦିକିଙ୍କ ନାମରେ ମାମଲା ରୁଜୁ କରିଛନ୍ତି । ଇଂରାଜୀରେ ତାଙ୍କର ବୟାନ ରେକର୍ଡ କରାଯାଇଛି । ଏହି ସିନେମା ସୁଟିଂ ବେଳେ ତାଙ୍କ ସହ ଅସଦାଚରଣ କରାଯାଇଥିବା ସେ  ଅଭିଯୋଗ କରିଥିଲେ । ଭାରତୀୟ ପିଙ୍ଗଳଧାରା ୩୫୪ ଓ ୫୦୯ ଅନୁସାରେ ଏମାନଙ୍କନାମରେ ମାମଲା ରୁଜୁ କରାଯାଇଛି ।

ତନୁଶ୍ରୀ ଦତ୍ତଙ୍କ ଓକିଲ ମୁମ୍ବାଇ ପୁଲିସ ନିକଟରେ ୪୦ ପୃଷ୍ଠାର କାଗଜ ପତ୍ର ଦାଖଲ କରିଛନ୍ତି । ପୂର୍ବରୁ ୨୦୦୮ ମସିହାରେ ତନୁଶ୍ରୀ ଦତ୍ତ ଏକ ମାମଲା ରୁଜୁ କରିଥିଲେ ।

Leave A Reply