ମହାରାଷ୍ଟ୍ରରେ ଟିକସ ମୁକ୍ତ ହେଲା ‘ତାନାଜୀ: ଦି ଅନସଙ୍ଗ ୱାରିୟର୍’

ମୁମ୍ବଇ : ଜାନୁଆରୀ ୧୦ରେ ମୁକ୍ତିଲାଭ କରିଥିବା ଅଜୟ ଦେବଗନଙ୍କ ଅଭିନୀତ ଚଳଚ୍ଚିତ୍ର ‘ତାନାଜୀ: ଦି ଅନସଙ୍ଗ ୱାରିୟର୍’କୁ ମହାରାଷ୍ଟ୍ରରେ ଟିକସ ମୁକ୍ତ(ଟ୍ୟାକ୍ସ ଫ୍ରି) କରାଯାଇଛି। ରାଜ୍ୟରେ ଏହି ସିନେମାକୁ ଟିକସ ମୁକ୍ତ(ଟ୍ୟାକ୍ସ ଫ୍ରି) କରିବା ପାଇଁ ବୁଧବାର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଘୋଷଣା କରିଛନ୍ତି।
ଏହାପୂର୍ବରେ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ମନହୋର ଲାଲ ଖଟ୍ଟର ଏବଂ ଉତ୍ତରପ୍ରଦେଶରେ ମଧ୍ୟ ଏହି ସିନେମାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଟିକସ ମୁକ୍ତ କରିଥିଲେ।
ଉଲ୍ଲେଖ ଯୋଗ୍ୟ, ଅଜୟ ଦେବଗନ, କାଜଲ ଓ ସୈଫ୍ ଅଲ୍ଲୀ ଖାନ୍ ଷ୍ଟାରର ଏହି ସିନେମା ମୁକ୍ତିଲାଭ କରିବାର ସପ୍ତାହେ ମଧ୍ୟରେ ୧୦୦କୋଟି କ୍ଲବ‌ରେ ସାମିଲ ହୋଇଥିଲା। ‘ତାନାଜୀ’କୁ ୪୫୪୦ ପରଦାରେ ମୁକ୍ତିଲାଭ କରାଯାଇଥିଲା। ଏହା ଅଜୟଙ୍କର ୧୦୦ତମ ଚଳଚ୍ଚିତ୍ର।

Comments are closed.