ସପ୍ତାହେ ମଧ୍ୟରେ ୧୦୦ କୋଟି କ୍ଲବରେ ‘ତାନାଜୀ’

ମୁମ୍ବଇ : ଅଜୟ ଦେବଗନ, କାଜଲ ଓ ସୈଫ୍ ଅଲ୍ଲୀ ଖାନ୍ ଷ୍ଟାରର ବଲିଉଡ଼ ଚଳଚ୍ଚିତ୍ର ‘ତାନାଜୀ’ ଏକ ସପ୍ତାହ ମଧ୍ୟରେ ୧୦୦କୋଟି କ୍ଲବରେ ସାମିଲ ହୋଇଛି। ଏନେଇ ଟ୍ରେଡ଼୍ ଆନାଲିଷ୍ଟ ତରଣ ଆଦର୍ଶ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ସେ ଟ୍ବିଟ୍ କରି ଲେଖିଛନ୍ତି, ‘ତାନାଜୀ’ ହେଉଛି ଅଜୟ ଦେବଗନଙ୍କ ୧୦୦ତମ ଚଳଚ୍ଚିତ୍ର। ଏହା ମାତ୍ର ୬ଦିନରେ ୧୦୦କୋଟି କ୍ଲବରେ ସାମିଲ ହୋଇଛି।
୧୫୦କୋଟି ଟଙ୍କା ବଜେଟରେ ନିର୍ମାଣ ହୋଇଥିବା ଏହି ଚଳଚ୍ଚିତ୍ର ଏକ ସପ୍ତାହ ମଧ୍ୟରେ ୧୦୦କୋଟି କ୍ଲବରେ ସାମିଲ ହୋଇ ଏକ ପ୍ରକାର ରେକର୍ଡ ସୃଷ୍ଟି କରିଛି। ‘ତାନାଜୀ’କୁ ୪୫୪୦ ପରଦାରେ ମୁକ୍ତିଲାଭ କରାଯାଇଥିଲା। ଏଥିରେ ଅଜୟ ଦେବଗନ, କାଜଲ, ସୈଫ୍ ଅଲ୍ଲୀ ଖାନ୍ ଓ ଶରଦ କେଲକର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

Comments are closed.