ବିଶ୍ୱନାହାକାଣୀ ଶିକ୍ଷାନୁଷ୍ଠାନରେ ପଶିଲେ ହାତୀପଲ

ଟାଙ୍ଗୀ : ଖୋର୍ଦ୍ଧା ଜିଲା ବିଶ୍ୱନାହାକାଣୀ ଜୁନିୟର କଲେଜରେ ଶନିବାର ହାତୀପଲ ପଶି କ୍ଷୟକ୍ଷତି ଘଟାଇଛନ୍ତି। ଆଜି ସନ୍ଧ୍ୟା ସମୟରେ ଏକ ହାତୀପଲ କଲେଜ ପରିସରରେ ପଶି ସେମାନେ ଖେଳପଡିଆରେ ରହିଥିବା ଆଲୁମିନିୟମରେ ନିର୍ମିତ ଗୋଲପୋଷ୍ଟ ଭାଙ୍ଗିବା ସହିତ ଅନେକ ବୃକ୍ଷଲତା ନଷ୍ଟ କରିଥିଲେ। ଏ ସମ୍ପର୍କରେ ବନ ବିଭାଗ ଅଧିକାରୀଙ୍କୁ ଖବର ଦିଆଯାଇ ପ୍ରତିକାର ବ୍ୟବସ୍ଥା କରିବାକୁ ଅନୁରୋଧ କରାଯାଇଛି।

Comments are closed.