ରାସ୍ତାରେ ପୋଷାକ ସଫା କଲେ ପ୍ରାର୍ଥୀ, କହିଲେ- ନିର୍ବାଚନ ଜିତିଲେ ସମସ୍ତଙ୍କୁ ୱାଶିଂମେଶିନ ଦେବି

ଆସନ୍ତା ଏପ୍ରିଲ ୬ ତାରିଖରେ ତାମିଲନାଡୁ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଗୋଟିଏ ପର୍ଯ୍ୟାୟରେ ୨୩୪ ଆସନ ପାଇଁ ଭୋଟଗ୍ରହଣ କରାଯିବ। ତେବେ ଏହା ପୂର୍ବରୁ ଆଶାୟୀ ପ୍ରାର୍ଥୀମାନେ ଭୋଟରଙ୍କୁ ଆକର୍ଷିତ କରିବା ଲାଗି ବିଭିନ୍ନ ପ୍ରତିଶ୍ରୁତି ଦେଉଛନ୍ତି। ଏହି କ୍ରମରେ ଏଆଇଏଡିଏମକେର ଜଣେ ପ୍ରାର୍ଥୀଙ୍କ କାର୍ଯ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।


ଗତ ସୋମବାର ଏଆଇଏଡିଏମକେ ପ୍ରାର୍ଥୀ ଥଙ୍ଗା କାଥିରଭନ ନିଜ ନିର୍ବାଚନମଣ୍ଡଳୀ ଅଞ୍ଚଳରେ ପ୍ରଚାର କରିଥିଲେ। ପ୍ରଚାର ସରିବା ପରେ ସର୍ବସାଧାରଣ ସ୍ଥାନରେ ସେ ପୋଷାକ ସଫା କରିଥିଲେ। ଯଦି ସେ ନିର୍ବାଚନରେ ବିଜୟୀ ହୁଅନ୍ତି, ତେବେ ନିଜ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଘରକୁ ଗୋଟିଏ ଲେଖାଏ ୱାଶିଂ ମେଶିନ ପ୍ରଦାନ କରିବେ ବୋଲି ସେ କହିଛନ୍ତି।

Comments are closed.