ମୋଦୀ ଓ ଶାହାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ତାମିଲ ମେଧାବୀ ଯୁବକ ଗିରଫ

ଚେନ୍ନଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ତାମିଲନାଡୁର ମେଧାବୀ ଯୁବକ ନେଲ୍ଲାଇ କାନ୍ନନ ବୁଧବାର ଗିରଫ ହୋଇଥିବା ଜଣାପଡ଼ିଛି। ତାଙ୍କୁ ପେରାମ୍ବଲୁରରୁ ଗିରଫ କରାଯାଇଛି। ନେଲ୍ଲାଇଙ୍କୁ ଗିରଫ କରିବା ପାଇଁ ବିଜେପି ପକ୍ଷରୁ ଧାରଣା ଦିଆଯାଇଥିଲା। ଶେଷରେ ବିବାଦ ବଢିବାରୁ ପୁଲିସ ତାଙ୍କୁ ଗିରଫ କରିଛି। ନେଲ୍ଲାଇଙ୍କ ଗିରଫଦାବି ପାଇଁ ବିଜେପିର ବରିଷ୍ଠ ନେତାମାନେ ମାରିନା ବିଚ୍‌ରେ ଥିବା ଗାନ୍ଧି ପ୍ରତିମୂର୍ତ୍ତି ତଳେ ଦିନ ତମାମ ଧାରଣା ଦେଇଥିଲେ।
ଉଲ୍ଲେଖ ଯୋଗ୍ୟ, ଏସ୍‌ଡିପିଆଇ ପକ୍ଷରୁ ସିଏଏ ବିରୋଧରେ ଏକ ଶୋଭାଯାତ୍ରା କରାଯାଇଥିଲା। ଏଥିରେ ଉଦବୋଧନ ଦେଇ ନେଲ୍ଲାଇ ସିଏଏକୁ ନେଇ ମୋଦୀ ଓ ଶାହାଙ୍କୁ ଟାର୍ଗେଟ କରି କହିଥିଲେ, “ଏପର୍ଯ୍ୟନ୍ତ କାହିଁକି ମୁସଲମାନମାନେ ମୋଦୀ-ଶାହାଙ୍କୁ ହତ୍ୟା କରି ନାହାନ୍ତି ମୁଁ ବୁଝିପାରୁନାହିଁ। ଅମିତ ଶାହା ହେଉଛି ମୋଦୀଙ୍କ ବ୍ରେନ। ଏହି ଦୁଇ ଜଣଙ୍କୁ ଶେଷ କରି ଦିଆଯିବା ଦରକାର। ମାତ୍ର ଏଯାଏଁ ତାହା ହୋଇନାହିଁ ବୋଲି ସେ କହିଥିଲେ।

Comments are closed.