ଜଣେ ମା’ର ସଂଘର୍ଷର କାହାଣୀ; ଝିଅ ପାଇଁ ପୁରୁଷ ବେଶରେ ରହିଲେ ୩୦ ବର୍ଷ

ନୂଆଦିଲ୍ଲୀ: ପୁରୁଷ ପ୍ରାଧାନ୍ୟ ସମାଜରେ ଜଣେ ନାରୀର ସଂଘର୍ଷ । ଝିଅର ସୁରକ୍ଷା ପାଇଁ ନିଜର ଚେହେରା ବଦଳାଇଲା ମା’ । ଖାଲି ଚେହେରା ନୁହେଁ ଚେହେରା ସହ ବଦଳିଗଲା ମା’ର ପରିଚୟ । ହଁ ଦର୍ଶକ ବନ୍ଦୁ ଏ ହେଉଛନ୍ତି ତାମିଲନାଡ଼ୁ ଥୋଥୁକୁଡ଼ି ଜିଲ୍ଳାର ଜଣେ ୫୭ ବର୍ଷ ବୟସ୍କା ମହିଳା । ନାଁ ତାଙ୍କର ପେଚିୟାମ୍ମଲ । ବର୍ତ୍ତମାନ ପେଚିୟାମ୍ମଲଙ୍କ କଥା ଜାତୀୟ ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି । ହେଲେ ଆସନ୍ତୁ ଜାଣିବା ତାଙ୍କର ବେଶ ପଛର ରହସ୍ୟ । ମହିଳା ହୋଇ ୩୦ ବର୍ଷ ଧରି କାହିଁକି ରହିଲେ ପୁରୁଷ ବେଶରେ ।

ସୂଚନା ଅନୁଯାୟୀ ପେଚିୟାମ୍ମଲଙ୍କ ୨୦ ବର୍ଷ ବୟସରେ ବିବାହ ହୋଇଥିଲା । ମାତ୍ର ୧୫ ଦିନ ପରେ ତାଙ୍କ ସ୍ୱାମୀଙ୍କ ଅକାଳ ବିୟୋଗ ଘଟିଲା । ସ୍ୱାମୀଙ୍କ ମୃତ୍ୟୁ ପରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ହେଲେ ଦ୍ୱିତୀୟ ବିବାହ କରିନଥିଲେ । ପୁରୁଷ ପ୍ରାଧାନ୍ୟ ସମାଜରେ ନିଜ ଝିଅକୁ ସରକ୍ଷା ଦେବାକୁ ପେଚିୟାମ୍ମଲ ନାଁ ବଦଳାଇ ‘ମୁଥୁ’ ରଖିଥିଲେ । ଏହି ନାଁରେ ନିର୍ମାଣ କାମ, ହୋଟେଲ ଓ ଚା’ ଦୋକାନରେ କାମ କରି ନିଜ ଝିଅକୁ ବଡ଼ କରିଥିଲେ ।

ଖାଲି ସେତିକି ନୁ​‌ହେଁ ଶାଢ଼ି ବଦଳରେ ଲୁଙ୍ଗି ଓ ସାର୍ଟ ପିନ୍ଧୁଥିଲେ ପେଚିୟାମ୍ମଲ । ଯାହାକି ତାଙ୍କୁ ତାଙ୍କ ପରିଚୟ ଲୁଚାଇବାକୁ ଆହୁରି ସାହାଯ୍ୟ କରୁଥିଲା । ହେଲେ ବର୍ତ୍ତମାନ ତାଙ୍କ ଝିଅଙ୍କ ବିବାହ ସରିଥିବା ବେଳେ ଆର୍ଥିକ ପରିସ୍ଥିତି ମଧ୍ୟ ଭଲ ରହିଛି । ସେ ଏବେ ବେଶ୍‌ ଖୁସିରେ ଅଛନ୍ତି । ହେଲେ ନିଜର ପରିଚୟ ସେ ‘ମୁଥୁ’ ବୋଲି ଦାବି କରୁଛନ୍ତି । ପୂର୍ବର ପେଚିୟାମ୍ମଲ ହେବାକୁ ଚାହାନ୍ତି ନାହିଁ ବୋଲି ସେ କହିଛନ୍ତି । ଖାଲି ସେତିକି ନୁହେଁ ତାଙ୍କ ପରିଚୟ ପତ୍ରରେ ମଧ୍ୟ ସେ ଜଣେ ପୁରୁଷ ବୋଲି ଦର୍ଶାଇଛନ୍ତି ।

Comments are closed.