ଜୟ ଲଳିତାଙ୍କ ଘର ହେବ ସଂଗ୍ରହାଳୟ

ଚେନ୍ନଇ : ତାମିଲନାଡ଼ୁର ସ୍ୱର୍ଗତ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ବାସଭବନ ଏକ ଅସ୍ଥାୟୀ ସଂଗ୍ରହାଳୟରେ ପରିଣତ ହେବ। ଏହାକୁ ସଂଗ୍ରହାଳୟରେ ପରିଣତ କରିବା ପାଇଁ ତାମିଲନାଡୁର ରାଜ୍ୟପାଳ ବନୱାରିଲାଲ ପୁରୋହିତ ନିର୍ଦ୍ଦେଶ ଦେଇଛନ୍ତି । ଜୟଲଳିତାଙ୍କ ନାମରେ ଏକ ଫାଉଣ୍ଡେସନ୍‌ ଗଠନ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କୁ ଶୁକ୍ରବାର ଏହି ଅଧ୍ୟାଦେଶ ଜାରି କରାଯାଇଛି ବୋଲି ରାଜ୍ୟପାଳ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ କେ ପଲାନିସ୍ୱାମୀଙ୍କ ନେତୃତ୍ତ୍ୱରେ ଏହି ଫାଉଣ୍ଡେସନ୍‌ କାମ କରିବ।

Comments are closed.