କରୋନା ସହାୟତା ରାଶି ଘୋଷଣା କଲେ ତାମିଲନାଡ଼ୁ ସରକାର: ପ୍ରତି ପରିବାରକୁ ମିଳିବ ୪ ହଜାର ଟଙ୍କା

ଚେନ୍ନାଇ: ଡିଏମକେ ସୁପ୍ରିମୋ ଏମ.କେ ଷ୍ଟାଲିନ୍ ଶୁକ୍ରବାର ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ କରିବାର ପ୍ରଥମ ଦିନରେ ରାଜ୍ୟବାସୀଙ୍କ ପାଇଁ ସେ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟର ପ୍ରତ୍ୟେକ ପରିବାରକୁ ୪ ହଜାର ଟଙ୍କା ଲେଖାଏଁ କରୋନା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଷ୍ଟାଲନ୍। ପ୍ରଥମ କିସ୍ତିର ୨ହଜାର ଟଙ୍କା ମେ’ ମାସରେ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

ଏହାବ୍ୟତୀତ ସେ ଆଉ ଏକ ବଡ଼ ଘୋଷଣା ମଧ୍ୟ କରିଛନ୍ତି। ରାଜ୍ୟ ବୀମା କାର୍ଡ଼ଧାରୀଙ୍କ ଘରୋଇ ହସ୍ପିଟାଲରେ କରୋନା ସମ୍ପର୍କିଚ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ।

Comments are closed.