ତାମିଲ ଅଭିନେତ୍ରୀ ଅଟକ

0

ବେଙ୍ଗାଲୁରୁ : ଦେହବ୍ୟବସାୟ ଅଭିଯୋଗରେ ପୁଲିସ ତାମିଲ ଅଭିନେତ୍ରୀ ସଙ୍ଗୀତା ବାଲାନଙ୍କୁ ଗିରଫ କରିଛନ୍ତି। ସଙ୍ଗୀତାଙ୍କ ଏହି କେଳେଙ୍କାରୀକୁ ନେଇ ତାମିଲ ଫିଲ୍ମ ଜଗତ ଚକିତ ହୋଇପଡିଛି। ମିଡିଆ ରିପୋର୍ଟ ଅନୁଯାୟୀ ସଙ୍ଗୀତା ଏକ ହାଇଲେବୁଲ ଦେହବ୍ୟବସାୟ ରାକେଟ ଚଳାଇଥିଲେ। ଚେନ୍ନଇର ପାନୟୁରସ୍ଥିତ ଏକ ଘରୋଇ ରିସର୍ଟରେ ସେ ଏହି ରାକେଟ୍‍ ଚଳାଇଥିଲେ। ସୂଚନା ଆଧାରରେ ପୁଲିସ ଉକ୍ତ ରିସର୍ଟ ଉପରେ ଚଢଉ କରି ତିନିଜଣ ମହିଳାଙ୍କୁ ଉଦ୍ଧାର କରିଥିଲା। ଏହି ମହିଳାମାନେ ଭିନ୍ନ ଭିନ୍ନ ରାଜ୍ୟର। ସଙ୍ଗୀତାଙ୍କ ସହିତ ସୁରେଶ ନାମକ ଅନ୍ୟ ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି। ଉଭୟଙ୍କୁ ଇଗମୋର ମୁଖ୍ୟ ଦୌରାଜଜ୍‍ କୋର୍ଟରେ ହାଜର କରାଯାଇଛି।

Leave A Reply