ସୁପ୍ରିମକୋର୍ଟ: ଇଭିଏମ ଟାମ୍ପରିଂ ପ୍ରମାଣ ଦେବା ପାଇଁ ଅନୁମତି ମାଗିଲେ ତାମିଲ ଅଭିନେତା ମନ୍ସୁର ଅଲ୍ଲୀ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନରେ ପରାଜୟ ପରେ ତାମିଲ ଅଭିନେତା ମନ୍ସୁର ଅଲ୍ଲୀ ଖାନ ଗୁରୁବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ନିଜ ଆବେଦନରେ ଦାବି କରିଛନ୍ତି ଯେ ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ)ରେ ଟାମ୍ପରିଂ ହୋଇପାରିବ ଓ ସେ ଏହାକୁ ପ୍ରମାଣ କରିବା ପାଇଁ ଅନୁମତି ଚାହୁଁଛନ୍ତି। ଇଭିଏମ ଟ୍ୟାମ୍ପରିଂ ନିରୋଧୀ ନୁହେଁ ବୋଲି ସେ ନିଜ ଆବେଦନରେ ଦାବି କରିଛନ୍ତି।
ଅଧିକାଂଶ ତାମିଲ ଚଳଚ୍ଚିତ୍ରରେ ଖଳନାୟକ ଭୂମିକାରେ ଅଭିନୟ କରିଥିବା ମନ୍ସୁର ଅଲ୍ଲୀ ଖାନ ନାମ ତାମିଲାର କାଚି ରାଜନୈତିକ ଦଳର ଟିକେଟରେ ତାମିଲନାଡୁର ଡିଂଡିଗୁଲ ଲୋକସଭା ଆସନରୁ ନିର୍ବାଚନ ଲଢିଥିଲେ। ମାତ୍ର ସେ ବଡ଼ ଭୋଟ ବ୍ୟବଧାନରେ ଏହି ନିର୍ବାଚନରେ ପରାଜୟ ଲାଭ କରିଥିଲେ। ଏବେ ସେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ଯେ ନିର୍ବାଚନ କମିଶନଙ୍କ ଆଗରେ ବିଶେଷଜ୍ଞଙ୍କ ସହାୟତାରେ ଇଭିଏମ ମେସିନ ଟାମ୍ପରିଂ କରିବା ପାଇଁ ତାଙ୍କୁ ଏକ ସୁଯୋଗ ଦିଆଯାଉ। ଇଭିଏମରେ ଟାମ୍ପରିଂ କରାଯାଇପାରିବ ଓ ସେ ଏହାକୁ ପ୍ରମାଣର ସହ ଦେଖାଇବାକୁ ଚାହୁଁଛନ୍ତି।

Comments are closed.