ତାଲପଦର ଅଞ୍ଚଳରେ ଭୟଙ୍କର ମରୁଡି ପରିସ୍ଥିତି

0

ତାଲପଦର: ବରଗଡ ଜିଲାର ବିଜେପୁର ପଂଚାୟତ ସମିତି ଅନ୍ତର୍ଗତ ତାଲପଦର, କନପୁରୀ, ଖ.ନୂଆଁପାଲି, ଝାଲପାଲି, ମୁଣ୍ଡୋମହୁଲ, ସାନବାଉଁସେନ, ବାରଗୋଡା, ବୁରୋମାଲ ପ୍ରଭୃତି ଗ୍ରାମ ଗୁଡିକରେ ଚଳିତ ବର୍ଷ ବର୍ଷା ଅଭାବରୁ ଓ ରୋଗପୋକ ହେତୁ ଚାଷୀଙ୍କ ଧାନ ଚାଷ ସମ୍ପୁର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଯାଇଛି। ଏହା ସଂଗେ ସଂଗେ କୃଷକର ଆର୍ଥିକ ମେରୁଦଣ୍ଡ ସମ୍ପୁର୍ଣ୍ଣ ଭାବେ ଭାଙ୍ଗି ଯାଇଛି। ଧାନ କ୍ଷେତ ବର୍ତ୍ତମାନ ଗାଈଗୋରୁଙ୍କ ଚାରଣ ଭୂମି ପାଲଟି ଯାଇଛି। ଏ କ୍ଷେତ୍ରରେ ବିଭାଗୀୟ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ ପୂର୍ବକ ଉପଯୁକ୍ତ କ୍ଷୟକ୍ଷତିର ଆକଳନ ସରକାରଙ୍କୁ ରିପୋର୍ଟ ଦେବାକୁ ଜନ ସାଧାରଣରେ ଦାବି ହେଉଛି।

Leave A Reply