ବିଶ୍ବର ସର୍ବୋଚ୍ଚ ମହାଦେବ ମୂର୍ତ୍ତି

ସମାଜ ପୋର୍ଟାଲ ଡେସ୍କ: ନେପାଳର ରାଜଧାନୀ କାଠମାଣ୍ଡୁଠାରୁ ୨୦କିଲୋମିଟର ଦୂର ସାଙ୍ଗାଠାରେ ଥିବା କୈଳାସନାଥ ମହାଦେବ ମୂର୍ତ୍ତି ବିଶ୍ବର ସର୍ବୋଚ୍ଚ ମହାଦେବ ମୂର୍ତ୍ତି ଭାବେ ପରିଚିତ। ତମ୍ବା, ଜିଙ୍କ୍‌, କଂକ୍ରିଟ ଏବଂ ଷ୍ଟିଲ୍‌ରେ ତିଆରି ଏହି ମୂର୍ତ୍ତି ୧୪୩ ଫୁଟ ଉଚ୍ଚ। ଆଉ କିଛି ମାସ ପରେ ଭାରତ ଏହି ରେକର୍ଡର ଅଧିକାରୀ ହେବାକୁ ଯାଉଛି। ରାଜସ୍ଥାନର ନାଥଦ୍ବାରାଠାରେ ୩୫୧ ଫୁଟ ଉଚ୍ଚ ମହାଦେବଙ୍କ ବିଶାଳକାୟ ମୂର୍ତ୍ତି ନିର୍ମାଣ କରାଯାଉଛି। ଏହା ଷ୍ଟାଚ୍ୟୁ ଅଫ୍‌ ଲର୍ଡ ଶିବ ଧୁଲିଲାଲ୍‌ ଏବଂ ଷ୍ଟାଚ୍ୟୁ ଅଫ୍‌ ବିଲିଫ୍‌ ଭାବେ ପରିଚିତ ହେବ। ଉଦୟପୁରଠାରୁ ୫୦ କିଲୋମିଟର ଦୂରରେ ଥିବା ଗଣେଶ ଟେକରୀଠାରେ ଏହି ମୂର୍ତ୍ତି ନିର୍ମାଣ ଚାଲିଛି। ୨୦୧୨ରୁ ମୂର୍ତ୍ତି ନିର୍ମାଣ ଆରମ୍ଭ ହୋଇଥିବା ବେଳେ ଏହା ଚାରିପଟେ ପ୍ରାୟ ୩୦୦ବର୍ଗଫୁଟ ଅଞ୍ଚଳରେ ଏକ ସୁଶୋଭିତ ଉଦ୍ୟାନ କରାଯିବ।

Comments are closed.