ତମାମ ବ୍ୟାଙ୍କକ୍‌କୁ ଦୃଶ୍ୟମାନ ବୁଦ୍ଧ ମୂର୍ତ୍ତି

ବ୍ୟାଙ୍କକ୍‌ : ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ ଦ୍ବିତୀୟ ସୁଉଚ୍ଚ ବୁଦ୍ଧ ମୂର୍ତ୍ତି ନିର୍ମାଣ ଶେଷ ହୋଇଛି। ଏହି ମୂର୍ତ୍ତି ତମାମ ବ୍ୟାଙ୍କକ୍‌ ମହାନଗରୀକୁ ଦୃଶ୍ୟମାନ ହେଲା ଭଳି ନିର୍ମିତ ହୋଇଛି। ମୂର୍ତ୍ତିର ଉଚ୍ଚତା ୬୯ମିଟର ବା ୨୩୦ ଫୁଟ ରହିଛି; ଯାହାକି ୨୦ମହଲା ଉଚ୍ଚ କୋଠା ସହ ସମାନ। କରୋନା ମହାମାରୀ ଲାଘବ ହେବା ମାତ୍ରେ ଏହାର ଉନ୍ମୋଚନ ହେବ ବୋଲି ଜଣାପଡ଼ିଛି। ତମ୍ବାରେ ନିର୍ମିତ ଏହି ସ୍ବର୍ଣ୍ଣିମ ମୂର୍ତ୍ତିର ନିର୍ମାଣ ୨୦୧୭ରେ ଆରମ୍ଭ ହୋଇଥିଲା। ଏଥିରେ ସୁନାର ପ୍ରଲେପ ଦିଆଯାଇଛି। ଭଗବାନ ବୁଦ୍ଧ ପଦ୍ମ ଉପରେ ବିରାଜମାନ କରିଛନ୍ତି। ମୂର୍ତ୍ତି ନିର୍ମାଣରେ ପ୍ରାୟ ୧୬ ନିୟୁତ ଡଲାର ଖର୍ଚ୍ଚ ହୋଇଛି। ବ୍ୟାଙ୍କକ୍ ଉପକଣ୍ଠ ରୟାଲ୍ ୱାଟ୍ ପାକନାମ୍ ଫାସୀ ଚାରୋନ୍ ଷୋଡ଼ଶ ଶତାବ୍ଦୀର ବୌଦ୍ଧ ମନ୍ଦିର ପରିସରରେ ଏହି ମୂର୍ତ୍ତି ବିଦ୍ୟମାନ। ଥାଇଲ୍ୟାଣ୍ଡର ସର୍ବୋଚ୍ଚ ବୁଦ୍ଧ ମୂର୍ତ୍ତି ଅଙ୍ଗଥଙ୍ଗ ପ୍ରଦେଶ​‌େ​‌ର ରହିଛି। ଏହାକୁ ଫ୍ରା ବୁଦ୍ଧ ମହାନୱାମିନ୍ ମୂର୍ତ୍ତି କୁହାଯାଏ। ଏହାର ଉଚ୍ଚତା ୯୨ ମିଟର।

Comments are closed.