ଆଫ୍‍ଗାନିସ୍ତାନ : ତାଲିବାନୀ ବିଦ୍ରୋହୀଙ୍କ ଆକ୍ରମଣରେ ୭ ସୁରକ୍ଷା କର୍ମୀ ମୃତ

କାବୁଲ : ଆଫ୍‍ଗାନିସ୍ତାନର ଉତ୍ତରାଞ୍ଚଳ ସାରିପଲ ପ୍ରଦେଶରେ ନିରାପତ୍ତା ଯାଞ୍ଚ୍‍ ଘାଟିଗୁଡ଼ିକ ଉପରେ ତାଲିବାନୀ ବିଦ୍ରୋହୀମାନଙ୍କର ଆକ୍ରମଣରେ ୭ ସୁରକ୍ଷା ବାହିନୀ ଯବାନ ପ୍ରାଣ ହରାଇଛନ୍ତି । ପ୍ରାଦେଶିକ ପରିଷଦର ମୁଖ୍ୟ ମହମ୍ମଦ ନୁର୍‍ ରେହେମାନୀ କହିଛନ୍ତି, ତାଲିବାନୀ ବିଦ୍ରୋହୀମାନେ ଦୁଇ ଜଣ ଯବାନଙ୍କୁ ଅପହରଣ କରିନେଇଛନ୍ତି ଏବଂ ପାଞ୍ଚ ଜଣ ଯବାନ ଆହତ ହୋଇଛନ୍ତି । ଉଭୟ ପକ୍ଷ ମଧ୍ୟରେ ବହୁ ସମୟ ଧରି ଗୁଳିଗୋଳା ବିନିମୟ ହୋଇଥିଲା ଏବଂ ଚାରି ଜଣ ତାଲିବାନୀ ଆତଙ୍କବାଦୀ ପ୍ରାଣ ହରାଇଥିବା ଖବର ମିଳିଛି । ସାରିପଲ ପ୍ରଦେଶର ତୈଳକୂପଗୁଡ଼ିକ ଜଗିବା ପାଇଁ ଏହି ଯବାନମାନଙ୍କୁ ମୁତୟନ କରାଯାଇଥିଲା।

Comments are closed.