ଆଫଗାନିସ୍ତାନର ଯୁଦ୍ଧ ବିରତୀ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲା ତାଲିବାନ

କାବୁଲ :  ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠାପାଇଁ ପିପୁଲ୍‍ସ୍‍ ପିସ୍‍ ମୁଭ୍‍ମେଣ୍ଟ ଯେଉଁ ଯୁଦ୍ଧ ବିରତୀ ପ୍ରସ୍ତାବ ଦେଇଥିଲା, ତାଲିବାନ ତାହାକୁ ପ୍ରତ୍ୟାଖ୍ୟାନ କରିଛି । ଦେଶରେ ଶାନ୍ତି ପ୍ରତିଷ୍ଠାପାଇଁ ପିସ୍‍ ମୁଭ୍‍ମେଣ୍ଟ ସଙ୍ଗଠନ ଉଦ୍ୟମ ଚଳାଇବା ସହ ତାଲିବାନ୍‍ ସହ କଥାବାର୍ତ୍ତା ମଧ୍ୟ ଜାରି ରଖିଥିଲା । ତେବେ ଏହି ଆଲୋଚନାରେ ମତଭେଦ ପ୍ରକାଶ ପାଇବା ସହ ସମନ୍ୱୟର ଅଭାବରୁ ତାହା ବିଫଳ ହୋଇଥିବା ଜଣାପଡ଼ିଛି । ପିସ୍‍ ମୁଭ୍‍ମେଣ୍ଟ ପକ୍ଷରୁ ଯେଉଁସବୁ ପ୍ରସ୍ତାବ ଦିଆଯାଇଥିଲା, ତାହାକୁ ତାଳିବାନ୍‍ର ନେତାମାନେ ପ୍ରତ୍ୟାଖ୍ୟାନ କରିଛନ୍ତି।
ଏହି ଶାନ୍ତିଗୋଷ୍ଠୀ ନେତାମାନେ ତାଲିବାନ୍‍ ନେତାମାନଙ୍କୁ ବୁଝାଶୁଝା କରିବାପାଇଁ ଦେଶର ଦକ୍ଷିଣାଞ୍ଚଳ ପ୍ରଦେଶ ହେଲ୍‍ମଣ୍ଡ୍‍ର ଲସ୍କରଗାହାରୁ
ତାଲିବାନ୍‍ ନିୟନ୍ତ୍ରଣରେ ଥିବା ମୁସାକାଲା ଜିଲ୍ଲାର ସଦର କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରାରେ ଯାଇଥିଲେ। ଶାନ୍ତି ଆଲୋଚନାରେ ଯୋଗ ଦେଇଥିବା ପିସ୍‍
ମୁଭ୍‍ମେଣ୍ଟର ନେତା ଇକ୍‍ବାଲ୍‍ ଖାଇବର ଏକ ସାମ୍ବାଦିକ ସମ୍ମିଳନୀରେ  କହିଛନ୍ତି, ଆମେରିକୀୟ ସୈନ୍ୟମାନେ ଆଫନିସ୍ତାନ ନ ଛାଡ଼ିବା ପର୍ଯ୍ୟନ୍ତ
ସେମାନେ କୌଣସି ଯୁଦ୍ଧବିରତି ପ୍ରସ୍ତାବକୁ ଗ୍ରହଣ କରିବେ ନାହିଁ।

Comments are closed.