ତାଲିବାନ ସରକାରକୁ ଗ୍ରହଣ ନ କରୁ ବିଶ୍ୱ

ଜାତିସଂଘରେ ଆଫଗାନିସ୍ତାନର ସ୍ଥାୟୀ ପ୍ରତିନିଧୀ ଥିବା ଗୁଲାମ ଇସାକଜାଇ କହିଛନ୍ତି ଯେ ତାଲିବାନ ଦ୍ୱାରା ଘୋଷିତ ସରକାରକୁ ବିଶ୍ୱ ଗ୍ରହଣ କରିବା ନାହିଁ କାରଣ ଏହା କୌଣସି ନୀତି ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ପର୍ଯ୍ୟବସିତ ନୁହଁ। ସେ କହିଛନ୍ତି, ଆଫଗାନିସ୍ତାନର ନାଗରିକ ବିଶେଷକରି ଯୁବକମାନେ କେବଳ ଏକ ମୁକ୍ତ ଏବଂ ଗଣତାନ୍ତ୍ରିକ ବ୍ୟବସ୍ତା ସମ୍ପନ୍ନ ଆଫଗାନିସ୍ତାନକୁ ଜାଣିଛନ୍ତି। ସେମାନେ ଏଭଳି ଏକ ଶାସନ ବ୍ୟବସ୍ଥାକୁ କେବେବି ଗ୍ରହଣ କରିବେ ନାହିଁ ଯାହା ମହିଳା ଏବଂ ଅଳ୍ପସଂଖ୍ୟକମାନଙ୍କୁ ବାଦ ଦେଇଥାଏ, ସମସ୍ତଙ୍କ ପାଇଁ ସାମ୍ବିଧାନିକ ଅଧିକାରକୁ ଅବଦମିତ କରେ। ଜାତିସଂଘ ସାଧାରଣ ସଭାରେ ଶାନ୍ତି ସଂସ୍କୃତି ଉପରେ ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟ ସଭାରେ ସେ ଏହି ମନ୍ତବ୍ୟ ଦେଇଛନ୍ତି। ଆଫଗାନିସ୍ତାନରେ ଶାନ୍ତି ସଂସ୍କୃତିର ବାର୍ତ୍ତା ପ୍ରଚାର ପାଇଁ ସେ ଜାତିସଂଘର ସମସ୍ତ ସଦସ୍ୟ ରାଷ୍ଟ୍ରମାନଙ୍କୁ ଅନୁରୋଧ।


ସେ ବିଶ୍ୱ ସମୁଦାୟକୁ ଅନୁରୋଧ କରି କହିଛନ୍ତି ଯେ ଜାତିସଂଘ ଇସଲାମିକ୍ ଏମିରେଟର ପୁନଃସ୍ଥାପନାକୁ ପ୍ରତ୍ୟାଖ୍ୟାନ କରିବା ଜାରି ରଖୁ। ତାଲିବାନକୁ ଆନ୍ତର୍ଜାତିକ ମାନବିକ ଅଧିକାର ଏବଂ ମାନବିକ ଅଧିକାରର ଉଲ୍ଲଂଘନ ଉତ୍ତରଦାୟୀ କରାଯାଉ ଏବଂ ମହିଳା ଏବଂ ଝିଅମାନଙ୍କ ପ୍ରତି ବ୍ୟବହାର ଏବଂ ସମ୍ମାନ ନେଇ ନୀତି ସ୍ଥିର କରାଯାଉ। ପରେ ସେ ଟୁଇଟ୍ କରି ଦର୍ଶାଇଛନ୍ତି ଯେ ତାଲିବାନ କ୍ୟାବିନେଟର ୩୩ ସଦସ୍ୟଙ୍କ ମଧ୍ୟରୁ ୧୭ ଜଣ ଜାତିସଂଘର ପ୍ରତିବନ୍ଧକ ତାଲିକାରେ ଅଛନ୍ତି। ଏଥିରେ ସେମାନଙ୍କର ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ, ୨ ଡେପୁଟି ପ୍ରଧାନମନ୍ତ୍ରୀ, ଆଭ୍ୟନ୍ତରୀଣ, ପ୍ରତିରକ୍ଷା ଏବଂ ବୈଦେଶିକ ବ୍ୟାପାର ଅନ୍ତର୍ଭୁକ୍ତ। ସେ ଟୁଇଟ୍ କରି କହିଛନ୍ତି ଯେ ଜାତିସଂଘ ଲୋକମାନଙ୍କ ଦ୍ୱାରା ନିର୍ବାଚିତ ସରକାର ଉପରେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ।

Comments are closed.