ତାଜିକିସ୍ତାନ ସୀମାନ୍ତ ମୁଖ୍ୟ ପଥକୁ ଦଖଲ କଲା ତାଲିବାନ

କାବୁଲ: ଆଫଗାନିସ୍ତାନ ଓ ତାଜିକିସ୍ତାନ ମଧ୍ୟରେ ଥିବା ମୁଖ୍ୟ ଯାତାୟତ ପଥ ଶାର୍‍ ଖାନ ବନ୍ଦରକୁ ତାଲିବାନ ଆତଙ୍କବାଦୀମାନେ ନିଜ ଦଖଲକୁ ନେଇଛନ୍ତି। ଆଫଗାନ ସେନାର ଜଣେ ଅଧିକାରୀ କହିଛନ୍ତି ଯେ ତାଲିବାନ ଆତଙ୍କମାନେ ଦେଶର ଗୋଟିଏ ପରେ ଗୋଟିଏ ଜିଲା ସେମାନଙ୍କ ଅକ୍ତିଆରକୁ ନେବାରେ ଲାଗିଛନ୍ତି। ଇତିମଧ୍ୟରେ ସେମାନେ ଆଠଟି ଜିଲା ସେମାନଙ୍କ ନିୟନ୍ତ୍ରଣକୁ ନେଇସାରିଛନ୍ତି। ସୀମାନ୍ତ ଆଡକୁ ତାଲିବାନ ଅଗ୍ରସର ହେଉଥିବା ଦେଖି ଆଫଗାନ ସୈନ୍ୟମାନେ ସେମାନଙ୍କ ପୋଷ୍ଟ ଛାଡି ସେଠାରୁ ପଳାଇ ଯାଇଥିôବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଏପରିକି କିଛି ସୈନ୍ୟ ଭୟରେ ତାଜିକିସ୍ତାନ ଭିତରକୁ ମଧ୍ୟ ପଳାଇ ଯାଇଛନ୍ତି। ଆମେରିକା ଆଫଗାନିସ୍ତାନରୁ ନିଜ ସୈନ୍ୟ ପ୍ରତ୍ୟାହାର ଆରମ୍ଭ କରିବା ପରେ ମଇ ୧ ତାରିଖରୁ ତାଲିବାନ ଆଫଗାନିସ୍ତାନରେ ତାହାର ଆତଙ୍କି କାର୍ଯ୍ୟକଳାପ ଆରମ୍ଭ କରିବା ପରବର୍ତ୍ତୀ ସମୟରେ ଶାର୍‍ ଖାନ ବନ୍ଦରକୁ ଅଧିକାର କରିବା ତାଲିବାନ ପାଇଁ ଏକ ବୃହତ ସଫଳତା ଭାବେ ବିବେଚିତ ହେଉଛି।

Comments are closed.