୨୦୨୩ ସୁଦ୍ଧା ପରୀକ୍ଷାମୂଳକ ଭାବେ କାର୍ଯ୍ୟକ୍ଷମ ହେବ ତାଳଚେର ସାର କାରଖାନା

ଭୁବନେଶ୍ବ : ୨୦୨୩ ମସିହା ସୁଦ୍ଧା ପରୀକ୍ଷାମୂଳକ ଭାବେ ତାଳଚେର ସାର କାରଖାନା କାର୍ଯ୍ୟକ୍ଷମ ହେବ । ଏଥିରୁ ଦୈନିକ ୨୨୦୦ ଟନ୍‍ ଆମୋନିଆ ଓ ୩୮୫୦ ମେଟ୍ରିକ୍‍ ଟନ୍‍ ୟୁରିଆ ଉତ୍ପାଦିତ ହେବ । ଏହାବ୍ୟତୀତ ୧୦୦ ମେଟ୍ରିକ୍‍ ଟନ୍‍ ବିକ୍ରିଯୋଗ୍ୟ ଅତିରିକ୍ତ ସଲ୍‍ଫର୍‍ ମଧ୍ୟ ଉତ୍ପାଦିତ ହେବ।

ସୋମବାର ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରଣାଳୟର ସଚିବ ଛବିଳେନ୍ଦ୍ର ରାଉଳ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ତାଳଚେରରେ ଗଚ୍ଛିତ କୋଇଲାକୁ ପରିବେଶ ଅନୁକୂଳ ବିକଳ୍ପ ଇନ୍ଧନ ଭାବେ ବ୍ୟବହାର କରାଯିବ, ଯେଉଁଥିରୁ ୨.୩୮ ମିଲିୟନ୍‍ କ୍ୟୁବିକ୍‍ ମିଟର ପ୍ରାକୃତିକ ଗ୍ୟାସ୍‍ ମଧ୍ୟ ଉତ୍ପାଦନ ହେବ, ଯାହା ଏଲ୍‍ପିଜି ଆମଦାନୀ ଖର୍ଚ୍ଚକୁ ବହୁଳ ଭାବରେ ହ୍ରାସ କରିବ। ସେହିପରି କାରଖାନା ନିର୍ମାଣ ସମୟରେ ପ୍ରାୟ ୧୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଓ ଏହା କାର୍ଯ୍ୟକ୍ଷମ ହେବା ପରେ ପ୍ରାୟ ୪ ହଜାର ଲୋକଙ୍କୁ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବରେ ନିଯୁକ୍ତି ମିଳିପାରିବ ବୋଲି ସେ ସୂଚନା ଦେଇଛନ୍ତି ।

Comments are closed.