୧୦ ହଜାର ଟଙ୍କା ନ ଦେବାରୁ ବୃଦ୍ଧ ବାପାକୁ ହତ୍ୟା : ପୁଅ, ନାତି ଗିରଫ

0

ତାଳଚେର : ତାଳଚେର ଥାନା ଅନ୍ତର୍ଗତ ସନ୍ଥପଡ଼ା ଗ୍ରାମରେ ଜନୈକ ବୃଦ୍ଧ ୧୦ ହଜାର ଟଙ୍କା ନଦେବାରୁ ତାଙ୍କୁ ତାଙ୍କ ପୁଅ ଓ ନାତି ମିଶି ହତ୍ୟା କରିଥିବା ପୁଲିସ ନିକଟରେ ଅଭିଯୋଗ ହୋଇଛି।
ଶନିବାର ବିଳମ୍ବିତ ରାତ୍ରିରେ ସନ୍ଥପଡ଼ା ଗ୍ରାମର ବନ୍ଧସାହି ନିକଟରେ ରହୁଥିବା ଗୌର ନାଏକ(୮୫)ଙ୍କୁ ତାଙ୍କ ପୁଅ ଗଙ୍ଗା ନାଏକ(୫୦) ଓ ନାତି ଦେବବ୍ରତ ନାଏକ(୧୯) ୧୦ ହଜାର ଟଙ୍କା ମାଗିବାରୁ ବୃଦ୍ଧ ଜଣକ ଟଙ୍କା ଦେଇପାରିବେ ନାହିଁ ବୋଲି କହିଥିଲେ। ଏଥିରେ ବାପପୁଅ ଉତ୍‍କ୍ଷିପ୍ତ ହୋଇ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହ ତଣ୍ଟିକୁ ଚିପି ଦେଇଥିଲେ ଓ ଡ଼ାହାଣ ଆଖିକୁ ଛୁରୀରେ ତାଡ଼ି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ପୁଲିସ କହିଛି। ତାଳଚେର ଟାଉନ ପୁଲିସ ସନ୍ଥପଡ଼ାକୁ ଯାଇ ଗୌରଙ୍କ ଶବକୁ ଜବତ କରିବା ସହ ପୁଅ ଗଙ୍ଗା ଓ ନାତି ଦେବବ୍ରତକୁ ଗିରଫ କରିଛି। ପୁଲିସ ଶବକୁ ତାଳଚେର ସରକାରୀ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇବା ସହ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ଏହି ଘଟଣା ନେଇ ସନ୍ଥପଡ଼ା ଓ ଆଖପାଖ ଗ୍ରାମାଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଦେବବ୍ରତ ଚୋରି ଓ ଅନ୍ୟ ଅପରାଧିକ ମାମଲାରେ ଜେଲ ଯାଇ ନିକଟରେ ଜାମିନରେ ଆସି ଏହି ହତ୍ୟାକାଣ୍ଡ ଘଟାଇଛି।

Leave A Reply