ନିଜ ରାଜ୍ୟକୁ ଫେରିବା ପାଇଁ ନାମ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ

ତାଲପଦର/ବରଗଡ : ବରଗଡ ଜିଲ୍ଲାର ବିଜେପୁର ପଂଚାୟତ ସମିତିର ଅନ୍ତର୍ଗତ ତାଲପଦର ଗ୍ରାମ ପଂଚାୟତ ଅଂଚଳର କନପୁରୀ,ଖ.ନୂଆଁପାଲି,ତାଲପଦରର କିଛି ବର୍ଷ ହେବ ସୁଦୁର ତାମିଲନାଡୁ,ଆନ୍ଧ୍ରପ୍ରଦେଶ,ସୀରପୁର ଠାରେ ପ୍ରାୟ ୧୦୦ ରୁ ଅଧ୍ୟକ ଯୁବକ ବିଭିନ୍ନ କାରଖାନା,ଲୁଗାକଳ ଏବଂ ଇଟାଭାଟୀରେ କାମ କରୁଥିଲେ। ସେହିପରି ଛାତ୍ରଛାତ୍ରୀ ମାନେ ଜମ୍ମୁ,ଦିଲ୍ଲୀ,ତିରୁପତିରେ ରହିଯାଇଥିଲେ।  ମହାମାରୀ କରୋନା ପାଇଁ ନିଜ ରାଜ୍ୟ ଓଡିଶାକୁ ଫେରିବା ପାଇଁ ଆଜି ପର୍ଯ୍ୟନ୍ତ ପ୍ରାୟ ୬୦ ଜଣ ଗ୍ର।ମ ପଂଚାୟତ କାର୍ଯ୍ୟାଳରେ ପଞ୍ଜିକୃତ କରିଥିବା ସରପଂଚ ଦୁଲ୍କଭ ସେଠ,ଜି.ଆର.ଏସ. ପଂଚାନନ ରଣା,ଇ.ଓ. ଶିବାନନ୍ଦ ବେସ୍ରାଙ୍କ ଠାରୁ ସୂଚନା ମିଳିଛି।

Comments are closed.