ଭାରତୀୟ ରେଡ଼କ୍ରସ ସୋସାଇଟିର ତିନି ଦିନିଆ କର୍ମଶାଳା ଉଦଯାପିତ

ତାଳପଦର: ବିଜେପୁର ପଞ୍ଚାୟତ ସମିତି ଅର୍ନ୍ତଗତ ତାଲପଦର ଗ୍ରାମର ପଞ୍ଚାୟତ କଳେଜ ଠାରେ ତିନି ଦିନିଆ ବ୍ଲକ ସ୍ତରୀୟ ଯୁବ ରେଡ଼କ୍ରସ କର୍ମଶାଳା ଉଦଯାପିତ ହୋଇଯାଇିଛି। ପଞ୍ଚାନନ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନ ଉତ୍ସବରେ ବିଧୟିକା ରିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରଗଡ଼ ରେଡ଼ କ୍ରସ ସଂଯୋଜକ ପରମାନନ୍ଦ ରଥ, ବିଜେପୁର ଥାନା ଆଇଆଇସି ସନଦ ନାଏକ ଯୋଗ ଦେଇଥିଲେ। ଏହି ଅବସରରେ ସଡ଼କ ସୁରକ୍ଷା, ରକ୍ତଦାନ, ବିପର୍ଯ୍ୟୟ ପରିଚାଲନା ଇତ୍ୟାଦି ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା।

Comments are closed.