ଅସହାୟଙ୍କୁ ଶୀତବସ୍ତ୍ର ବଣ୍ଟନ

ତାଲପଦର: ବରଗଡ଼ ଜିଲାର ବିଜେପୁର ପଞ୍ଚାୟତ ସମିତି ଅର୍ନ୍ତଗତ ତାଲପଦର ପଧାନପଡ଼ା କଳ୍ୟାଣ ମଣ୍ଡପ ଠାରେ ପୋଗ୍ରେସିଭ ମେନ୍ସ ସ୍ପିରିଚୁଏଲ୍ ଆସୋସିଏସନ ଧୁସରବାହାଲ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି। ଚୂଡ଼ାମଣି ପଧାନଙ୍କ ସଭାପତିତ୍ୱରେ ୨୦୦ଜଣ ଅସହାୟ, ଗରିବ, ବିକଲାଙ୍ଗମାନଙ୍କୁ ଶୀତ ବସ୍ତ୍ର ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଆନନ୍ଦ ମାର୍ଗର ଦିଦି ଆନନ୍ଦ ନିତୀମୟ, ଆନନ୍ଦ ଅଦ୍ୱେୟା, ଆର୍ଚୟା ରୁଦ୍ର ଦେବାନନ୍ଦ ଅବଧୂତ, କିର୍ତ୍ତୀଚନ୍ଦ୍ର ପଧାନ, ଜନାର୍ଦ୍ଧନ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.