୧୨ ଘଣ୍ଟିଆ ତାଳଚେର ବନ୍ଦ ପାଳନ

ତାଳଚେର: ଆଜି ୧୨ ଘଣ୍ଟା ପାଇଁ ତାଳଚେରରେ ଅଖଚକ ସବୁ ବନ୍ଦ । ମେଡିକାଲ କଲେଜ କାର୍ଯ୍ୟକ୍ଷମ ଦାବିରେ ତାଳଚେର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ତାଳଚେର ବନ୍ଦ କରାଯାଇଛି । ଏନେଇ କମିଟି ପକ୍ଷରୁ ଘୋଷଣା କରାଯାଇଥିବା ବେଳେ ଆଜି ବନ୍ଦ ପାଳନ କରାଯାଉଛି । ବନ୍ଦର ପ୍ରଭାବ ତାଳଚେରରେ ଦେଖିବାକୁ ମିଳୁଛି । ବନ୍ଦ ଯୋଗୁ ତାଳଚେରରେ ରାସ୍ତାଘାଟ ଶୂନଶାନ ରହିଛି ।  ଦୋକାନ ବଜାର ମଧ୍ୟ ବନ୍ଦ ରହିଥିବା ଦେଖିବାକୁ ମିଳୁଛି । ତାଳଚେର କ୍ରିୟାନୁଷ୍ଠାନ କମିଟିର ଦାବି ଅନୁସାରେ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ମେଡିକାଲ କଲେଜ କାର୍ଯ୍ୟକ୍ଷମ କରିବାକୁ କୁହାଯାଇଛି । ସେପଟେ ଏହି ବନ୍ଦ ପାଳନକୁ ତାଳଚେର ବସ୍‌ ମାଲିକ ସଂଘ ସମର୍ଥନ କରିଛି । ଫଳରେ ରାସ୍ତାରେ ବସ୍‌ ଗଡ଼ୁନଥିବା ଦେଖିବାକୁ ମିଳିଛି ।

Comments are closed.