ତାଜମହଲର ରଙ୍ଗ ବଦଳୁଛି

0

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ଆଗ୍ରାଠାରେ ଥିବା ସହସ୍ର ବର୍ଷ ପୁରୁଣା ଐତିହ୍ୟ ତାଜ୍‌ମହଲର ରଙ୍ଗ ପରିବର୍ତ୍ତନ ହେଉଛି। ଏନେଇ ସର୍ବୋଚ୍ଚ ନ୍ୟାୟାଳୟ ଚିନ୍ତା ବ୍ୟକ୍ତ କରିଛନ୍ତି। ତାଜମହଲର ସୌନ୍ଦର୍ଯ୍ୟ ଫେରାଇ ଆଣିବା ଲାଗି ଏକ ବିଶେଷଜ୍ଞ କମିଟି ନିଯୁକ୍ତ କରିବାକୁ ଉତ୍ତର ପ୍ରଦେଶ ସରକାରଙ୍କୁ ସୁପ୍ରିମକୋର୍ଟ ମଙ୍ଗଳବାର ପରାମର୍ଶ ଦେଇଛନ୍ତି। ରଙ୍ଗ ପରିବର୍ତ୍ତନ ଯୋଗୁ ତାଜମହଲର ସୌନ୍ଦର୍ଯ୍ୟ ମଉଳୁଥିବା ଦର୍ଶାଇ ଆଇନଜୀବୀ ଏମ୍‌. ସି ମେହତା ଏକ ଆବେଦନ କରିଥିଲେ। ଏହାର ଶୁଣାଣିବେଳେ ବିଚାରପତି ଏମ୍‌. ବି ଲୋକୁର ଏବଂ ବିଚାରପତି ଦୀପକ୍‌ ଗୁପ୍ତାଙ୍କ ଖଣ୍ଡପୀଠ ନିକଟରେ ମେହତା ତାଜମହଲର କିଛି ଫୋଟୋଚିତ୍ର ଉପସ୍ଥାପନ କରିଥିଲେ। ପ୍ରଦୂଷଣ ଯୋଗୁଁ ଏପରି ଘଟୁଥିବା ସେ ଦର୍ଶାଇଥିଲେ। ତାଜ୍‌ମହଲର ମାର୍ବଲ ପ୍ରଥମେ ହଳଦିଆ ରଙ୍ଗ ଦେଖାଯାଉଥିବାବେଳେ ପରେ ତାହା ସବୁଜ ଏବଂ କଳା ରଙ୍ଗ ଧାରଣ କରୁଥିବାର ଫଟୋଚିତ୍ର ଦେଖିବା ପରେ ଖଣ୍ଡପୀଠ ଉପରୋକ୍ତ ଉତ୍ତର ପ୍ରଦେଶ ସରକାରଙ୍କୁ ଉପରୋକ୍ତ ନିର୍ଦେଶ ଦେଇଛନ୍ତି।

Leave A Reply