ତାଇୱାନରେ ଟ୍ରେନ ଦୁର୍ଘଟଣା ; ୩୬ ମୃତ, ୭୨ ଆହତ

ତାଇୱାନ : ତାଇୱାନ ଏକ ଟ୍ରେନ ଲାଇନଚ୍ୟୁତ ହେବାରୁ ୩୬ ଜଣଙ୍କର ମୃତ୍ୟୁ ହେବା ସହ ପ୍ରାୟ ୭୨ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଶୁକ୍ରବାର ତୋରୋକୋ ଜର୍ଜ ଦର୍ଶନୀୟ କ୍ଷେତ୍ର ନିକଟରେ ସକାଳ ୯ଟାରେ ଘଟିଛି।
୪୦ ବର୍ଷ ମଧ୍ୟରେ ଏହା ହେଉଛି ଦ୍ୱୀପଦେଶ ତାଇୱାନରେ ସବୁଠାରୁ ଭୟାବହ ଟ୍ରେନ ଦୁର୍ଘଟଣା। ଟ୍ରକ ଏକ ପଥର ଖଣ୍ଡରେ ମାଡ ହୋଇ ତଳେଥିବା ଟ୍ରେନ ଲାଇନ ଉପରେ ପଡିବା ଫଳରେ ସେହି ସମୟରେ ଅତିକ୍ରମ କରୁଥିବା ଉକ୍ତ ଟ୍ରେନଟି ଟ୍ରକକୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଥିଲା।
ମିଳିଥିବା ସୂଚନା ଅନୁଯାୟୀ, ଟ୍ରେନରେ ପ୍ରାୟ ୩୫୦ ଯାତ୍ରୀ ଯାତ୍ରା କରୁଥିଲେ। ଟ୍ରେନର ଅଧିକାଂଶ ଅଂଶ ଏବେ ମଧ୍ୟ ଟନେଲ୍‍ ମଧ୍ୟରେ ଫସି ରହିଛି। ଟ୍ରେନଟି ଲାଇଚ୍ୟୁତ ହେବା ପରେ ଯାତ୍ରୀମାନେ ଜୀବନ ବଞ୍ଚାଇବା ପାଇଁ ଟ୍ରେନର ଦରଜା, ଛାତ ଉପରକୁ ଚଢି ଯାଇଥିଲେ। ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ କରିଛନ୍ତି।

Comments are closed.