ମହିଳା ସ୍ୱୟଂସହାୟିକା ଗୋଷ୍ଠୀ ତରଫରୁ ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ

ବେଗୁନିଆ : ବେଗୁନିଆ ବ୍ଲକରେ ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗୁଡିକୁ ସରକାର ଆତ୍ମନିର୍ଭରଶୀଳ କରିବା ପାଇଁ ବିଭିନ୍ନ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାକୁ ନିର୍ଦେଶ ଦେଇଥିଲେ l କିନ୍ତୁ କରୋନା ମହାମାରୀ ଏବଂ ବନ୍ୟା ବିପତ୍ତି ସମୟରେ ଗୋଷ୍ଠୀର ସଦସ୍ୟମାନେ ଋଣ ପରିଶୋଧ କରିବାର ସାମର୍ଥ୍ୟ ନଥିବାବେଳେ ସରକାର ଅଗଷ୍ଟ ମାସ ଶେଷ ସୁଦ୍ଧା ଋଣ ଆଦାୟ ନକରିବା ପାଇଁ ନିର୍ଦେଶ ଦେଇଥିଲେ l ସରକାର ଏବେ ତାର ଅବଧି ବୃଦ୍ଧି କରିନଥିବାବେଳେ ସମ୍ପୃକ୍ତ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀମାନେ ସେମାନଙ୍କ ନିକଟରେ ପଂହଁଚି ଋଣ ଆଦାୟ କରିବା ପାଇଁ ଜୁଲୁମ କରୁଛନ୍ତି l ବର୍ତ୍ତମାନ ପରିସ୍ଥିତିରେ ଆୟର କୌଣସି ପନ୍ଥା ନଥିବାବେଳେ ଋଣ ପରିଶୋଧ କରିବା ସେମାନଙ୍କ ପକ୍ଷେ ସମ୍ଭବ ହେଉନାହିଁ। ତେଣୁ ସରକାର ଋଣ ପରିଶୋଧ କରିବା ପାଇଁ ସମ୍ପୃକ୍ତ ଗ୍ରୁପଗୁଡିକୁ ଆଉ କିଛି ମାସ ସମୟ ଦେବାପାଇଁ ଆଜି ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀ ତରଫରୁ ସମସୁରା ବେଗମ, ସୂରିୟା ବେଗମ, ସୁକାନ୍ତି ଦାସ, ପ୍ରଣମିତା ସତପଥି, ମମତା ମହାନ୍ତି, ବର୍ଷାରାଣୀ ସାହୁ, କବିତା ବାରିକ, ଶିଳ୍ପୀସଂଗୀତା ବରାଳ, ବିଳାସିନୀ ଦାସ ପ୍ରମୁଖଙ୍କ ସହିତ ବହୂ ସଦସ୍ୟ ବେଗୁନିଆ ତହସିଲଦାର ବିବେକାନନ୍ଦ ପରିଡା ଏବଂ ଥାନା ଅଧିକାରୀ ରଶ୍ମିରଞ୍ଜନ ସାହୁଙ୍କୁ ଭେଟି ଏହି ମର୍ମରେ ଦାବୀପତ୍ର ପ୍ରଦାନ କରିଛନ୍ତି l