ଜମି କେଳେଙ୍କାରି-ତହସିଲଦାର ନିଲମ୍ବିତ

ବଲାଙ୍ଗିର: ବଲାଙ୍ଗିର ତହସିଲରେ ଜମି କେଳେଙ୍କାରୀ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବଲାଙ୍ଗିର ତହସିଲଦାର ମଘବନ ବାଗ ନିଲମ୍ବିତ ହୋଇଛନ୍ତି। ଅତିରିକ୍ତ ତହସିଲଦାର ମଧ୍ୟ ହରେକୃଷ୍ଣ ରାଉତ ନିଲମ୍ବିତ ହୋଇଛନ୍ତି। ଜିଲାପାଳଙ୍କ ରିପୋର୍ଟ ଆଧାରରେ ରାଜ୍ୟ ସରକାରଙ୍କ ପକ୍ଷରୁ ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କୁ ନିଲମ୍ବିତ କରିଛନ୍ତି।

ସୂଚନାଯୋଗ୍ୟ ଯେ ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କ ଜମି କେଳେଙ୍କାରୀ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହାପରେ ୨ଜଣିଆ ଟିମ ତଦନ୍ତ କରି ଜିଲାପାଳଙ୍କୁ ରିପୋର୍ଟ ଦେଇଥିଲେ। ଜିଲାପାଳ ରାଜ୍ୟ ସରକାରଙ୍କୁ ରିପୋର୍ଟ ପଠାଇଥିଲେ। ଜିଲାପାଳଙ୍କଠାରୁ ରିପୋର୍ଟ ପାଇବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି।

Comments are closed.