ଟେଷ୍ଟି ତଡ଼କା

0

ତଡ଼କା ଡ଼ାଲି – ୨୫୦ଗ୍ରାମ
ତେଲ – ଆବଶ୍ୟକ ଅନୁଯାୟୀ
କଟା ଟମାଟୋ – ୨ଟି
କଟା ପିଆଜ – ୨ଟି
କଟା ଅଦା – ୧ଚାମଚ
କଟା ରସୁଣ – ୧ଚାମଚ
କଟା କଞ୍ଚାଲଙ୍କା -୨ଟି
ଗୋଟା ଜିରା
ଜିରା ଗୁଣ୍ଡ – ୧ଚାମଚ
ଧନିଆ ଗୁଣ୍ଡ – ୧ଚାମଚ
ଗରମ ମସଲା -୧ଚାମଚ
ହଳଦୀ ଗୁଣ୍ଡ – ୧ଚାମଚ
ଲଙ୍କା ଗୁଣ୍ଡ – ୧ଚାମଚ
ଲୁଣ – ଆବଶ୍ୟକ ଅନୁଯାୟୀ
କଟା ଧନିଆ ପତ୍ର
ଫାଳେ ଲେମ୍ବୁ
ଅଳ୍ପ ବଟର
ପ୍ରସ୍ତୁତି ପ୍ରଣାଳୀ –ତଡ଼କା ପ୍ରସ୍ତୁତ କରିବାର ଆଗରୁ ଏହାକୁ ୨ଘଣ୍ଟା ବତୁରାଇ ଦିଅନ୍ତୁ। ପ୍ରଥମେ ଗ୍ୟାସ ଲଗାଇ କୁକରରେ ଏହି ବତୁରାଯାଇଥିବା ତଡ଼କା ଡ଼ାଲିରେ ଲୁଣ, ହଳଦୀ ପକାଇ ୨ଗ୍ଲାସ ପାଣି ଦେଇ ବସାନ୍ତୁ। ୩ଟି ସିଟି ହେବା ପରେ ଏହାକୁ ଗ୍ୟାସରୁ କାଢି ଦିଅନ୍ତୁ। ଏହା ପରେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ଏବେ ଏଥିରେ ଗୋଟା ଜିରା ପକାଇ ଅଳ୍ପ ଭାଜି ହେବା ପରେ ପିଆଜ ପକାନ୍ତୁ। ପିଆଜ ଭାଜି ହେବା ପରେ କଞ୍ଚା ଲଙ୍କା,କଟା ହୋଇଥିବା ଅଦା, ରସୁଣ, ପକାନ୍ତୁ। ଏହାକୁ ସାମାନ୍ୟ ଭାଜିବା ପରେ ଏଥିରେ ଜିରା ଗୁଣ୍ଡ,ଧନିଆ ଗୁଣ୍ଡ,ଲଙ୍କା ଗୁଣ୍ଡ, କଟା ଯାଇଥିବା ଟମାଟୋ ଓ ଲୁଣ ପକାଇ ଭଲ ଭାବେ ଗୋଳାଇ ଏହାକୁ ୨ ମିନିଟ ଘୋଡ଼ାଇ ରଖନ୍ତୁ। ଏବେ ଏଥିରେ ସିଝା ହୋଇ କୁକରରେ ଥିବା ତଡ଼କା ଡ଼ାଲିକୁ ପକାନ୍ତୁ। ତଡ଼କା ଡ଼ାଲି ପକାଇବା ପରେ ଏଥିରେ ଗରମ ମସଲା ପକାଇ ଏହାକୁ ୨ମିନିଟ ଗ୍ୟାସରେ ବସାନ୍ତୁ। ୨ ମିନିଟ ପରେ ଏକ ପାତ୍ରକୁ କାଢି ଏଥିରେ ସାମାନ୍ୟ ଲେମ୍ବୁ ଚୁପୁଡ଼ି,କିଛି ବଟର ଏହି ତଡ଼କା ଉପରେ ପକାଇ କଟା ଧନିଆ ପତ୍ର ଦେଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଟେଷ୍ଟି ତଡ଼କା।

Leave A Reply