ରିଲିଜ୍‌ ହେଲା ‘ତଡ଼ପ୍’ର ଟିଜର୍‌; ଆସନ୍ତାକାଲି ଟ୍ରେଲର

ମୁମ୍ବଇ: ବଲିଉଡ଼ ଅଭିନେତା ସୁନୀଲ ଶେଟ୍ଟୀଙ୍କ ପୁଅ ଆହାନ୍ ଶେଟ୍ଟୀଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ‘ତଡ଼ପ୍‌’ର ଟିଜର ମଙ୍ଗଳବାର ରିଲିଜ୍‌ ହୋଇଛି। ଏଥିସହ ଫିଲ୍ମର ଟ୍ରେଲର ରିଲିଜ୍‌ ତାରିଖ ମଧ୍ୟ ଘୋଷଣା କରାଯାଇଛି। ଟ୍ରେଡ଼୍‌ ଆନାଲିଷ୍ଟ ତରଣ ଆଦର୍ଶ ‘ତଡ଼ପ୍‌’ର ଟିଜର୍‌ ପୋଷ୍ଟ କରିବା ସହ ଆସନ୍ତାକାଲି ଅର୍ଥାତ୍‌ ବୁଧବାର ଫିଲ୍ମର ଟ୍ରେଲର ରିଲିଜ୍‌ ହେବ ବୋଲି ସୂଚନା ଦେଇଛନ୍ତି।


ମିଲନ ଲୁଥରିଆଙ୍କ ନିର୍ଦେଶିତ ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଡିସେମ୍ବର ୩ ତାରିଖରେ ମୁକ୍ତିଲାଭ କରିବ। ସାଜିଦ୍‌ ନାଡ଼ିଆଡ଼ୱାଲା ଫିଲ୍ମର ପ୍ରଯୋଜନା ଭାର ବହନ କରିଛନ୍ତି। ଏହି ଚଳଚ୍ଚିତ୍ର ଜରିଆରେ ଆହାନ ବଲିଉଡ଼ରେ ପାଦ ଥାପିବେ। ତାଙ୍କ ସହିତ ନାୟିକା ଭୂମିକାରେ ଅଭିନୟ କରିଛନ୍ତି ତାରା ସୁତାରିଆ। ଟିଜରରେ ଆହାନ୍‌ଙ୍କ ଝଲକ୍‌ ଦେଖିବାକୁ ମିଳିଛି।

Comments are closed.