କ୍ବାରେଣ୍ଟାଇନ ଶେଷ : ୪ ହଜାର ତବଲିଗୀ ଜମାତ ସଦସ୍ୟଙ୍କୁ ଛାଡିବାକୁ ଦିଲ୍ଲୀ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଦିଲ୍ଲୀର ନିଜାମୁଦ୍ଦିନ ତବଲିଗୀ ଜାମାତର ମର୍କଜରେ ଆୟୋଜିତ ଧାର୍ମିକ ସମାରୋହରେ ଯୋଗଦେବା ପରେ କ୍ବାରେଣ୍ଟାଇନରେ ଥିବା ତାବଲିଗୀ ଜମାତର ପ୍ରାୟ ୪୦୦୦ ସଦସ୍ୟଙ୍କୁ ଛାଡିବାକୁ ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବାଦ ସରବରାହ ସଂସ୍ଥା ପିଟିଆଇ କହିଛି ଯେ ମର୍କଜ ମାମଲାରେ ପଞ୍ଜୀକୃତ ହୋଇଥିବା ତଥା ତଦନ୍ତ ପାଇଁ ଆବଶ୍ୟକ ଥିବା ତବଲିଗୀ ଜାମାତର ସମସ୍ତ ସଦସ୍ୟଙ୍କୁ ଦିଲ୍ଲୀ ପୋଲିସ ହେପାଜତକୁ ପଠାଯିବ। ଏଥିସହ, ମର୍କଜ ମାମଲାର ତଦନ୍ତ ପାଇଁ ଆବଶ୍ୟକ ନଥିବା ତବଲିଗୀ ଜାମାତର ସଦସ୍ୟମାନଙ୍କୁ ନିଜ ଦେଶକୁ ପଠାଯିବ ।

ଅନ୍ୟପକ୍ଷରେ ମୌଲାନା ସାଦଙ୍କ ପୁଅକୁ ପଚରାଉଚୁରା କରାଯାଇଛି। ପ୍ରାୟ ୨୦ ଜଣ ନିଖୋଜ ସଂପର୍କରେ ତାଙ୍କୁ ପ୍ରଶ୍ନ କରାଯାଇଛି ।

Comments
Loading...