୨୦୨୧ ଟ୍ବେଣ୍ଟି-୨୦ ବିଶ୍ବକପ : ବିକଳ୍ପ ଆୟୋଜକ ତାଲିକାରେ ୟୁଏଇ, ଶ୍ରୀଲଙ୍କା

ନୂଆଦିଲ୍ଲୀ : ଭାରତରେ ୨୦୨୧ ଓ ଅଷ୍ଟ୍ରେଲିଆରେ ୨୦୨୨ ଟ୍ବେଣ୍ଟି୨୦ ବିଶ୍ବକପ ଆୟୋଜିତ ହେବା ନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ନିକଟରେ ଅନୁଷ୍ଠିତ ବୋର୍ଡ ବୈଠକରେ ନିଷ୍ପତ୍ତି ହୋଇଛି। ଭାରତ ୨୦୨୧ ଟ୍ବେଣ୍ଟି୨୦ ବିଶ୍ବକପ ଆୟୋଜନ ଅଧିକାର ବଜାୟ ରଖିଥିବାବେଳେ ସ୍ଥଗିତ ରହିଥିବା ୨୦୨୦ ଟ୍ବେଣ୍ଟି୨୦ ବିଶ୍ବକପ ଅଷ୍ଟ୍ରେଲିଆରେ ଆୟୋଜିତ ହେବ। ଭାରତରେ ୨୦୨୧ ଟ୍ବେଣ୍ଟି୨୦ ବିଶ୍ବକପ ଆୟୋଜନ ଅସମ୍ଭବ ହେଲେ ଉକ୍ତ ମେଗା ପ୍ରତିଯୋଗିତା ଆ​‌େ​‌ୟାଜନ ନେଇ ବିକଳ୍ପ ଭାବେ ୟୁନାଇଟେଡ୍‌ ଆରବ ଇମିରେଟ(ୟୁଏଇ) ଓ ଶ୍ରୀଲଙ୍କା ଆଗ୍ରହୀ ରହିଥିବା ଜଣାପଡ଼ିଛି। ବର୍ତ୍ତମାନ ଭାରତରେ କରୋନା ମହାମାରୀ ସଂକ୍ରମଣ ଦୃତ ଗତିରେ ବଢିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ୨୦ ଲକ୍ଷ ଅତିକ୍ରମ କରିଥିବାବେଳେ ମୃତ୍ୟୁ ସଂଖ୍ୟା ୪୫ ହଜାରରେ ପହଞ୍ଚିଲାଣି। ଏହାକୁ ଦୃଷ୍ଟିରେ ରଖି ଆଇସିସି ବିକଳ୍ପ ଭେନ୍ୟୁ ଭାବେ ଶ୍ରୀଲଙ୍କା ଓ ୟୁଏଇକୁ ରଖିଥିବା ଜଣାପଡ଼ିଛି।

Comments are closed.