ଟି-୨୦ ବିଶ୍ବକପ ଭେନ୍ୟୁ ବଦଳିଲା: ୟୁଏଇ ଏବଂ ଓମାନରେ ହେବ ଟୁର୍ଣ୍ଣାମେଣ୍ଟ

ବିସିସିଆଇ ପ୍ରସ୍ତାବ ଉପରେ ମୋହର ମାରିଲା ଆଇସିସି

ମୁମ୍ବଇ: ଟି-୨୦ ବିଶ୍ବକପ ଭେନ୍ୟୁ ବଦଳିଲା: ୟୁଏଇ ଏବଂ ଓମାନରେ ହେବ ଟୁର୍ଣ୍ଣାମେଣ୍ଟ। ଅକ୍ଟୋବାର ୧୭ରୁ ଆରମ୍ଭ ହୋଇ ନଭେମ୍ବର ୧୪ ପର୍ଯ୍ୟନ୍ତ ଚାଲିବ। ଭେନ୍ୟୁ ବଦଳିବା ନେଇ ଆଜି କ୍ରିକେଟ ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ୟୁଏଇ ଓ ଓମାନରେ ଆସନ୍ତା ଅକ୍ଟୋବର ୧୭ରୁ ନଭେମ୍ବର ୧୪ ପର୍ଯ୍ୟନ୍ତ ଟି୨୦ ବିଶ୍ବକପ କ୍ରିକେଟ ଖେଳାଯିବ ବୋଲି ଘୋଷଣା କରାଯାଇଛି। ଏଥିପାଇଁ ପୂର୍ବରୁ ବୋର୍ଡ ଅଫ କ​‌େ​‌ଣ୍ଟ୍ରାଲ ଫର କ୍ରିକେଟ ଇନ ଇଣ୍ଡିଆ(ବିସିସିଆଇ) ଦେଇଥିବା ପ୍ରସ୍ତାବରେ ଆଇସିସି ମୋହର ମାରିଛି । ଟି-୨୦ ବିଶ୍ବକପ ଟୁର୍ଣ୍ଣାମେଣ୍ଟ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ, ଆବୁ ଧାବିର ଶେଖ ଜାୟେଦ୍ ଷ୍ଟାଡିୟମ, ଶାରଜା ଷ୍ଟାଡିୟମ ଓ ଓମାନ କ୍ରିକେଟ ଏକାଡେମୀ ଗ୍ରାଉଣ୍ଡରେ ଖେଳାଯିବ। ବିସିସିଆଇ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜକ ରହିବ ବୋଲି ଜଣାପଡ଼ିଛି।


ଭାରତରେ କରୋନା ମହାମାରୀ ଯୋଗୁଁ ଆଇପିଏଲ ପରି ବିଶ୍ବକପକୁ ମଧ୍ୟ ୟୁଏଇରେ ଖେଳାଯିବା ପାଇଁ ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଥିଲା। ଟି-୨୦ ବିଶ୍ବକପକୁ ୟୁଏଇରେ ଆୟୋଜନ କରାଯିବା ସମ୍ପର୍କରେ ବିସିସିଆଇ ସଚିବ ଜୟ ଶାହା କହିଛନ୍ତି ଯେ ଭାରତରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଟି-୨୦ ବିଶ୍ବକପ ୟୁଏଇରେ ଖେଳାଯିବା ନେଇ ନିଷ୍ପତ୍ତି ନିଆଯାଇଛି। କରୋନା ମହାମାରୀ ମଧ୍ୟରେ ଟି-୨୦ ବିଶ୍ବକପ ଭଳି ଏକ ବୃହତ ଟୁର୍ଣ୍ଣାମେଣ୍ଟ ଭାରତରେ ଆୟୋଜନ କରିଥିଲେ ତାହା ସମସ୍ତଙ୍କ ନିରାପତ୍ତାକୁ ବିପନ୍ନ କରିଥାନ୍ତା ବୋଲି ସେ ପ୍ରକାଶ କରିଛନ୍ତି। ଅପକ୍ଷରେ ପକ୍ଷରୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି ଯେ ଟି-୨୦ ବିଶ୍ବକପ ୟୁଏଇରେ ଖେଳାଯିବ। ତେବେ କ୍ରୀକେଟ ପ୍ରେମୀଙ୍କୁ ସମସ୍ତ ପ୍ରକାର ମନୋରଞ୍ଜନ ଦେବା ପାଇଁ ବିସିସିଆଇ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ସେ ପ୍ରକାଶ କରିଛନ୍ତି।

Comments are closed.