ମହିଳା ଟ୍ବେଣ୍ଟି-୨୦ ବିଶ୍ୱକପ ଫାଇନାଲ : ମହିଳା ଦିବସରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ

ମେଲବର୍ଣ୍ଣ: ଆସନ୍ତାକାଲି(ରବିବାର) ପ୍ରଥମ ଥର ପାଇଁ ମହିଳା ଟ୍ବେଣ୍ଟି -୨୦ ବିଶ୍ୱକପ୍‌ର ଟାଇଟଲ୍‌ ମ୍ୟାଚ୍‌କୁ ଓହ୍ଲାଇବ ଭାରତୀୟ ମହିଳା ଟିମ୍। ରବିବାର ହେବାକୁଥିବା ଫାଇନାଲ ମ୍ୟାଚରେ ଅଷ୍ଟ୍ରେିଲିଆ ଓ ଭାରତ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚରେ ବିଜୟୀ ହୋଇ ଇତିହାସ ସୃଷ୍ଟି କରିବାକୁ ପ୍ରସ୍ତୁତ ହୋଇଛି ଭାରତୀୟ ମହିଳା ଟିମ୍। ମାର୍ଚ୍ଚ ୮ରେ ଅନ୍ତର୍ଜାତୀୟ ମହିଳା ଦିବସର ବିଶେଷ ଉତ୍ସବରେ ଭାରତୀୟ ଦଳ ମେଲବୋର୍ଣ୍ଣରେ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆକୁ ଭେଟିବ। ଏହି ମ୍ୟାଚ୍ ଭାରତୀୟ ସମୟ ଦ୍ବିପ୍ରହର ୧୨ଟା ୩୦ରେ ଖେଳାଯିବ। ଚଳିତ ଥର ଗ୍ରୁପ୍‌ ପର୍ୟ୍ୟାୟରେ ଅବିସ୍ମରଣୀୟ ପ୍ରଦର୍ଶନ କରି ଆଇସିସି ମହିଳା ଟ୍ବେଣ୍ଟି -୨୦ ବିଶ୍ୱକପ ଫାଇନାଲରେ ଭାରତ ପ୍ରବେଶ କରିଛି।

Comments are closed.