ଆଜି ଭାରତ-ପାକ୍‌ ମୁକାବିଲା

ଦୁବାଇ: ‌ରବିବାର ଭାରତ ଓ ପାକିସ୍ତାନ ମଧ୍ୟ​ରେ ଚଳିତ ଟ୍ବେଣ୍ଟି୨୦ ବିଶ୍ବକପ୍‌ର ସୁପର-୧୨ ପର୍ଯ୍ୟାୟର ଗ୍ରୁପ୍‌-୧ ମ୍ୟାଚ୍ ଖେଳାଯିବାକୁ ଯାଉଛି। ଏହି ମ୍ୟାଚ୍‌କୁ ନେଇ କ୍ରିକେଟ ଦୁନିଆରେ ରୋମାଞ୍ଚ, ଚର୍ଚ୍ଚା, ବିଶ୍ଲେଷଣ ଓ ଉଷ୍ମତା ବଢ଼ିବାେ‌ର ଲାଗିଛି। କେବଳ ଉଭୟ ଦେଶର ନୁହନ୍ତି; ସାରାବିଶ୍ବର କ୍ରିକେଟ୍‌ପ୍ରେମୀଙ୍କ ପାଇଁ କ୍ରିକେଟ୍‌ ପଡ଼ିଆରେ ଭାରତ-ପାକିସ୍ତାନ ମୁକାବିଲା କୌଣସି ଯୁଦ୍ଧଠାରୁ କମ୍ ନୁହେଁ। ଏହି ଯୁଦ୍ଧରେ ରକ୍ତପାତ ନହେଲେ ମଧ୍ୟ ଉଭୟ ଦଳର ସମର୍ଥକ ପରାଜୟକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି। ଭାରତ-ପାକ୍‌ କ୍ରିକେଟ୍‌ପ୍ରେମୀ ଏପରି ବି କହନ୍ତି- ଆମର ବିଶ୍ବକପ୍‌ ଆବଶ୍ୟକ ନାହିଁ; ପ୍ରତିପକ୍ଷ ବିପକ୍ଷରେ ବିଜୟ ଆବଶ୍ୟକ। ହେଲେ ଏହା ଟ୍ବେଣ୍ଟି୨୦ ବିଶ୍ବକପ୍‌ ହେଉ ବା ଦିନିକିଆ ବିଶ୍ବକପ୍‌; ୧୨ଟି ମ୍ୟାଚ୍‌ରେ ଭାରତକୁ ଥରେ ମାତ୍ର ପାକିସ୍ତାନ ପରାସ୍ତ କରି ପାରିନାହିଁ। ରବିବାର କ୍ରିକେଟ୍‌ ପଡ଼ିଆରେ ଭାରତ ଓ ପାକିସ୍ତାନର ୨୨ ଜଣ କ୍ରିକେଟର ଲଢ଼ିବାକୁ ଯାଉଥିବା ବେଳେ କୋଟିକୋଟି କ୍ରିକେଟ୍‌ପ୍ରେମୀ ମ୍ୟାଚ୍‌ରେ ସେମାନଙ୍କ ଦଳର ବିଜୟ ପାଇଁ ପ୍ରାର୍ଥନା ଆରମ୍ଭ କରିଦେଲେଣି। ମ୍ୟାଚ୍‌ ଭାରତୀୟ ସମୟ ସନ୍ଧ୍ୟା ୭.୩ରୁ ଆରମ୍ଭହେବ।

ଏହି ମୁକାବିଲାକୁ ଉଭୟ ଭାରତ ଓ ପାକିସ୍ତାନର ଖେଳାଳି ‘ଆଉ ଏକ କ୍ରିକେଟ୍‌ ମ୍ୟାଚ୍‌’ ବୋଲି କହୁଥିବା ବେ​‌େ​‌ଳ ସେମାନଙ୍କ ହୃଦୟ ଭିନ୍ନ କଥା କହୁଛି ନିଶ୍ଚୟ। ଭାରତ ପାଇଁ ଏହା ଗୁରୁତ୍ବପୂର୍ଣ୍ଣ ଯେ ଅଦ୍ୟାବଧି ଟି୨୦ ବିଶ୍ବକପ୍‌ରେ ପାକିସ୍ତାନ ବିପକ୍ଷରେ ୫ଟି ମ୍ୟାଚ୍‌ ଖେଳି ସବୁଥିରେ ବିଜୟୀ ହୋଇଛି। ମହେନ୍ଦ୍ର ସିଂହ ଧୋନି ଓ ବିରାଟ କୋହଲିଙ୍କ ଅଧୀନରେ ଭାରତ ଏହି ୫ଟି ମ୍ୟାଚ୍‌ ଜିତିଛି। ତେଣୁ ଭାରତୀୟ ଖେଳାଳିଙ୍କୁ ବିଜୟର ମନ୍ତ୍ର ଦେବା ପାଇଁ ମାର୍ଗଦର୍ଶକ ଭାବେ ଧୋନି ଏବଂ ଅଧିନାୟକ ଭାବେ ବିରାଟ କୋହଲି ଏବେ ଦଳରେ ଅଛନ୍ତି। ତେବେ ଟ୍ବେଣ୍ଟି୨୦ ହେଉଛି ଏପରି କ୍ରିକେଟ; ଯେଉଁଥିରେ ଦୁଇ ଦଳଙ୍କ ମଧ୍ୟରେ ଫରକ ଏବଂ ବ୍ୟକ୍ତିଗତ ଖେଳାଳିଙ୍କ ଖ୍ୟାତିର ଗୁରୁତ୍ବ ବହୁତ କମ୍‌। ମାତ୍ର ଗୋଟିଏ ଭଲ ବ୍ୟକ୍ତିଗତ ପ୍ରଦର୍ଶନ ଦଳକୁ ଜିତାଇପାରେ। ପାକିସ୍ତାନ ଦଳରେ ମ୍ୟାଚ୍‌ ବିଜେତାଙ୍କ ସଂଖ୍ୟା କମ୍ ନୁହେଁ। ୟୁଏଇରେ ପାକିସ୍ତାନର ଟ୍ବେଣ୍ଟି୨୦ ରେକର୍ଡ ବହୁତ ଭଲ। ପାକିସ୍ତାନ ଦଳର ଏପରି ସଫଳତା ପଛରେ ରହିଛି ଅଧିନାୟକ ବାବର ଆଜମ୍‌ଙ୍କ ବହୁତ ବଡ଼ ହାତ। ଗତ ୨ ବର୍ଷ ହେଲା ଟି୨୦​‌େ​‌ର ବାବର ପାକିସ୍ତାନ ପାଇଁ ସର୍ବାଧିକ ରନ୍‌ କରିଛନ୍ତି। ମହମ୍ମଦ ରିଜ୍‌ୱାନ ଇନିଂସ ଓପନ୍‌କରି ବିସ୍ଫୋରକ ବ୍ୟାଟିଂ କରିପାରନ୍ତି। ଫଖର ଜମାନ୍ ଚମତ୍କାର ଫର୍ମରେ ଥିବା ବେଳେ ଆସିଫ୍ ଅଲୀ ଓ ହାଇଦର ଅଲୀ ଦୁଇ ଆକ୍ରମଣାତ୍ମକ ବ୍ୟାଟ୍‌ସମ୍ୟାନ୍‌। ତେବେ ପାକିସ୍ତାନ ବ୍ୟାଟିଂ ଲାଇନ୍‌ର ପ୍ରଥମ ୩ ଜଣଙ୍କୁ ଜଲ୍‌ଦି ଆଉଟ କରିପାରିଲେ ଭାରତ ସୁବିଧାଜନକ ସ୍ଥିତିରେ ରହିବ। ସାହିନ୍ ଶାହା ଆଫ୍ରିଦି ପାକିସ୍ତାନ ଦଳର ପ୍ରମୁଖ ଫାଷ୍ଟବୋଲର। ତାଙ୍କ ସହ ହାରିସ୍ ରୌଫ୍ ଓ ହାସନ୍ ଅଲୀ ଥିଲେ ହେଁ ଦୁହେଁ ଭଲ ଫର୍ମରେ ନାହାନ୍ତି। ଗତ ବିଶ୍ବକପ୍‌ ପରଠାରୁ ଟି୨୦ରେ ସଦ୍ଦାବ ଖାଁ ବିଶ୍ବର ୩ୟ ସଫଳତମ ଲେଗ୍‌ସ୍ପିନର।

ଗତ ୨ଟି ଅଭ୍ୟାସ ମ୍ୟାଚ୍‌କୁ ଜିତିଥିବା ଭାରତର ଆତ୍ମବିଶ୍ବାସ ଶିଖରରେ ରହିଛି। ବିଶେଷକରି ଦୁଇ ଓପ୍‌ନର ରୋହିତ ଶର୍ମା ଓ କେ.ଏଲ୍‌. ରାହୁଲ ଚମତ୍କାର ବ୍ୟାଟିଂ କରିଛନ୍ତି। ଈଶାନ୍ କିଷନ୍ ଓ ସୂର୍ଯ୍ୟକୁମାର ଯାଦବ ଭଲ ଫର୍ମରେ ଥିଲେ ହେଁ ଉଭୟଙ୍କ ମଧ୍ୟରୁ ଜଣେ ଖେଳିବେ। ହାର୍ଦିକ ପାଣ୍ଡ୍ୟା ବୋଲିଂ ନକରିବା ଭାରତ ପାଇଁ ଚିନ୍ତାର ବିଷୟ ହୋଇପାରେ। ତଥାପି ହାର୍ଦିକଙ୍କ ଖେଳିବା ସମ୍ଭାବନା ଅଧିକ। ଭାରତ ୩ ପେସ୍ ବୋଲର ଖେଳାଇବା ନିଶ୍ଚିତ ହୋଇଥିବା ବେଳେ ଭୁବନେଶ୍ବର କୁମାର ନା ସାର୍ଦୁଳ ଠାକୁର ଖେଳୁଛନ୍ତି; ତାହା ଦେଖିବାର କଥା। ରବୀନ୍ଦ୍ର ଜାଡ଼େଜା ଖେଳିବା ନିଶ୍ଚିତ ହୋଇଥିବା ବେଳେ ଆର୍. ଅଶ୍ବିନଙ୍କ ବଦଳରେ ବରୁଣ ଚକ୍ରବର୍ତ୍ତୀ ଖେଳିପାରନ୍ତି। ମୋଟ ଉପରେ ଭାରତକୁ କେବଳ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ନୁହେଁ; ଏହି ବିଶ୍ବକପ୍‌ ଜିତିବା ପାଇଁ ବଡ଼ ଦାବିଦାର ଭାବେ ଗଣନା କରାଯାଉଛି। ଭାରତକୁ ପ୍ରତିଯୋଗିତାର ୧୨ଟି ଦଳ ମଧ୍ୟରୁ ସବୁଠାରୁ ଶକ୍ତିଶାଳୀ ଭା​‌େ​‌ବ ଗଣନା କରାଯାଉଛି। ତେଣୁ ପାକିସ୍ତାନକୁ ଭାରତ ହରାଇ ପାରିବ ବୋଲି କୁହାଯାଉଛି। ହେଲେ ଟ୍ବେଣ୍ଟି୨୦ ହେଉଛି ଏକ ଭିନ୍ନ କ୍ରିକେଟ୍‌।

Comments are closed.