ଟ୍ରମ୍ପଙ୍କ ଗୋବ୍ୟାକ ଟ୍ୱିଟ ପରେ , ଆମେରିକାରେ ଶିବ ମନ୍ଦିର ପୂଜାରୀଙ୍କ ଉପରେ ଆକ୍ରମଣ

ନ୍ୟୁୟର୍କ .- ନ୍ୟୁୟର୍କର ଫ୍ଲୋରା ପାର୍କରେ ଜଣେ ୫୨ ବର୍ଷୀୟ ପୂଜାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ଜଣେ ଭାରତୀୟ , ସେ ସେଠାରେ ଥିବା ଏକ ଶିବ ମନ୍ଦିରରେ ପୂଜାରୀ ଭାବେ କାମ କରନ୍ତି ।
ସ୍ୱାମୀ ହରିଶ ଚନ୍ଦ୍ର ପୁରୀ ଧାର୍ମିକ ପରିଧାନରେ ଫ୍ଲୋରା ପାର୍କ ନିକଟରେ ଚଲାବୁଲା କରୁଥିଲେ । ଏତିକି ବେଳେ ଜଣେ ବ୍ୟକ୍ତି ଗୋ ବ୍ୟାକ, ଏହା ମୋର ଦେଶ କହିବା ସହ ହରିଶଙ୍କୁ ଆକ୍ରମଣ କରିଥିଲା । ନ୍ୟୁୟର୍କର ସ୍ଥାନୀୟ ସମୟ ୧୧ଟାରେ ସେ ମନ୍ଦିର ନିକଟରେ ପଦଚାରଣ କରୁଥିଲେ । ଏହି ସମୟରେ ପଛ ପଟୁ ଜଣେ ବ୍ୟକ୍ତି ଗୋ ବ୍ୟାକ କହିବା ସହ ମାରିବା ଆରମ୍ଭ କରି ଦେଇଥିଲା । ଗୁରତର ଭାବେ ହରିଶଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ହରିଶ ଙ୍କର ମୁଣ୍ଡ, ମୁହଁ ଓ ବେକରେ ଆଘାତ ଲାଗିଛି । ଏହା ସହ ଶରୀରର ବିଭିନ୍ନ ଅଂଶରେ କ୍ଷତ ସୃଷ୍ଟି ହୋଇଛି । ଏବେ ହରିଶଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ପୁଲିସ ଆକ୍ରମଣ କରିଥିବା ସର୍ଜିୟୋ ଗୋବିଓଙ୍କୁ ଗିରଫ କରିଛି । ଏବେ ଏହି ଘଟଣାର ତଦନ୍ତ ଜାରି ରହିଛି ।

Comments are closed.