ମହିଳା ଟ୍ୱେଣ୍ଟି-୨୦ ବିଶ୍ୱକପ୍ : ୨୩ରେ ଭାରତ-ଇଂଲଣ୍ଡ ସେମିଫାଇନାଲ

0

ସେଣ୍ଟ୍‍ ଲୁସିଆ : ୱେଷ୍ଟଇଣ୍ଡିଜରେ ଚାଲିଥିବା ମହିଳା  ଟ୍ୱେଣ୍ଟି-୨୦ ବିଶ୍ୱକପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ଲାଇନଅପ୍‍ ଚୂଡାନ୍ତ ହୋଇଛି। ତଦନୁଯାୟୀ ୨୩ରେ ଖେଳାଯିବାକୁ ଥିବା ପ୍ରଥମ ସେମିଫାଇନାଲରେ ଆୟୋଜକ ୱେଷ୍ଟଇଣ୍ଡିଜ ଅଷ୍ଟ୍ରେଲିଆକୁ ଭେଟୁଥିବାବେଳେ ସେହି ଦିନ ଦ୍ୱିତୀୟ ସେମିିଫାଇନାଲରେ ଭାରତ-ଇଂଲଣ୍ଡ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ। ଲିଗ୍‍ ପର୍ଯ୍ୟାୟରେ ଭାରତ ୪ଟି ମ୍ୟାଚରୁ ୪ଟି ବିଜୟ ସହ ମୋଟ ୮ ପଏଣ୍ଟ ପାଇଁ ଗ୍ରୁପ୍‍ ‘ବି’ରେ ଶୀର୍ଷ ସ୍ଥାନ ଅଧିକାର କରିଥିବାବେଳେ ଅଷ୍ଟ୍ରେଲିଆ ୪ଟି ମ୍ୟାଚରୁ ୬ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। ଅପରପକ୍ଷରେ ୱେଷ୍ଟଇଣ୍ଡିଜ ୪ଟି ମ୍ୟାଚରୁ ୪ଟି ବିଜୟ ସହ ୮ ପଏଣ୍ଟ ସହ ଗ୍ରୁପ୍‍ ‘ଏ’ରେ ଶୀର୍ଷରେ ଥିବାବେଳେ ଇଂଲଣ୍ଡ ୫ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। ରବିବାର ଖେଳାଯାଇଥିବା ଗ୍ରୁପ୍‍ ‘ଏ’ର ଅନ୍ତିମ ଲିଗ୍‍ ମ୍ୟାଚରେ ୱେଷ୍ଟଇଣ୍ଡିଜ ୪ ୱିକେଟରେ ଇଂଲଣ୍ଡକୁ ପରାସ୍ତ କରିବା ସହ ଶୀର୍ଷ ସ୍ଥାନ ଅଧିକାର କରିଛି। ଭାରତୀୟ ସମୟ ସକାଳ ୫.୩୦ଟାରେ ମ୍ୟାଚ ଆରମ୍ଭ ହେବ।

Leave A Reply