ଦୁବାଇରେ ଟି-ଟ୍ବେଣ୍ଟି ବିଶ୍ବକପ କ୍ରିକେଟ : ଟସ ଜିତିଲା ପାକିସ୍ତାନ-ବ୍ୟାଟିଂ କରିବ ଭାରତ

ନୂଆଦିଲ୍ଲୀ: ଦୁବାଇରେ ଟି-ଟ୍ବେଣ୍ଟି ବିଶ୍ବକପ କ୍ରିକେଟ ଆଜିର ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବା ଟିମ ଇଣ୍ଡିଆ। କାରଣ ଟସ ଜିତି ପାକିସ୍ତାନ ଫିଲଡିଂ କରିବାକୁ ନିଷ୍ପତ୍ତି ନେଇଛି। ଟି-ଟ୍ବେଣ୍ଟି ବିଶ୍ବକପରେ ସବୁବେଳେ ପାକିସ୍ତାନକୁ ହରାଇଛି ଭାରତ। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ-ପାକିସ୍ତାନ ୫ଥର ମୁକୁବିଲା ହୋଇଛି ଏବଂ ସବୁଥିରେ ଭାରତ ବିଜୟୀ ହୋଇଛି।

ଆରମ୍ଭ ହୋଇଛି ଭାରତ-ପାକିସ୍ତାନ ଟି-ଟ୍ବେଣ୍ଟି ବିଶ୍ୱକପର ହାଇଭୋଲ୍ଟେଜ ମ୍ୟାଚ। ଏହି ମ୍ୟାଚରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି ପାକିସ୍ତାନ। ତେଣୁ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ ଭାରତୀୟ ଦଳ। ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ-ପାକିସ୍ତାନ ମଧ୍ୟରେ ଆଜିର ଏହି ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିବ। ଉଭୟ ଦଳ ଏହି ମ୍ୟାଚରେ ବାଜି ମାରିବାକୁ ଜୋରଦାର ପ୍ରୟାସ ଜାରି ରଖିବେ। ଏହି ମ୍ୟାଚରେ ଭାରତର ପଲ୍ଲା ଭାରି ରହିଛି। ଟି-ଟ୍ବେଣ୍ଟି ବିଶ୍ୱକପରେ ଭାରତ-ପାକିସ୍ତାନ ୫ ଥର ମୁହାଁମୁହିଁ ହୋଇଛନ୍ତି। ଯେଉଁଥିରେ ଭାରତ ଆଦୌ ହାରି ନାହିଁ ଓ ୫ ଥର ବିଜୟ ଲାଭ କରିଛି। ସେହିପରି ଆଇସିସି ଇଭେଣ୍ଟ କଥା ଦେଖିବା ତେବେ ଏଥିରେ ବି ଭାରତ ଆଗରେ ରହିଛି। ଭାରତ ୧୩ ଥର ବିଭିନ୍ନ ଟାଇଟଲ ହାସଲ କରିଥିବା ବେଳେ ପାକିସ୍ତାନ ୯ ଥର ହାତେଇଛି। ଅର୍ଥାତ କହିବାକୁ ଗଲେ ଭାରତ-ପାକିସ୍ତାନ ମଧ୍ୟରେ ଭାରତର ପଲ୍ଲା ଭାରି ରହିଛି।
ଏହି ମ୍ୟାଚରେ କିନ୍ତୁ ବାବର ଆଜମ ଓ ବିରାଟ କୋହଲିଙ୍କ ଉପରେ ନଜର ରହିବ। ଉଭୟ ଖେଳାଳି ଟି-ଟ୍ବେଣ୍ଟିଂ ରାଙ୍କିଙ୍ଗରେ ଟପ ୧୦ରେ ରହିଛନ୍ତି। ବାବର ଆଜମ ଦ୍ୱିତୀୟରେ ରହିଥିବା ବେଳେ ବିରାଟ କୋହଲି ଚତୁର୍ଥ ରହିଛନ୍ତି। ସେହିପରି ଲୋକେଶ ରାହୁଲ ମଧ୍ୟ ଷଷ୍ଠ ସ୍ଥାନରେ ରହିଛନ୍ତି। ତେବେ ଆଜିର ମ୍ୟାଚରେ ନିହାତି ଭାବେ କଡା ଟକ୍କର ଦେଖିବାକୁ ମିଳିବ।

Comments are closed.