ନୋବେଲ୍‌ ପୁରସ୍କାର ୨୦୨୧: ୩ ପଦାର୍ଥ ବିଜ୍ଞାନୀଙ୍କୁ ମିଳିତ ଭାବେ ନୋବେଲ୍‌

ନୂଆଦିଲ୍ଲୀ: ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଚଳିତ ବର୍ଷର ନୋବେଲ୍‌ ପୁରସ୍କାର ଘୋଷଣା କରାଯାଇଛି। ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଅବଦାନ ପାଇଁ ୩ ପଦାର୍ଥ ବିଜ୍ଞାନୀଙ୍କୁ ମିଳିତ ଭାବେ ନୋବେଲ୍‌ ପୁରସ୍କାର ପ୍ରଦାନ କରାଯିବା ନେଇ ମଙ୍ଗଳବାର ରୟାଲ ସ୍ୱିଡିସ୍‌ ଏକାଡେମୀ ଅଫ୍ ସାଇନ୍ସେଜ୍‌ ପକ୍ଷରୁ ଘୋଷଣା କରାଯାଇଛି। ବୈଜ୍ଞାନିକ ସୁକୁରୋ ମାନାବେ, କ୍ଲାଉସ ହାସଲମାନ ଓ ଜର୍ଜିଓ ପାରିସିଙ୍କୁ ମିଳିତ ଭାବରେ ପଦାର୍ଥ ବିଜ୍ଞାନରେ ୨୦୨୧ ନୋବେଲ ପୁରସ୍କାର ପ୍ରଦାନ କରାଯିବ।  ଜଟିଳ ଭୌତିକ ପ୍ରଣାଳୀ ସମ୍ପର୍କିତ ଗବେଷଣା ପାଇଁଁ ଏହି ପୁରସ୍କାର ପ୍ରଦାନ କରାଯିବ।

ସୂଚନାଯୋଗ୍ୟ, ଏପର୍ୟ୍ୟନ୍ତ ୨୧୬ ଜଣ ବ୍ୟକ୍ତି ଏହି କ୍ଷେତ୍ରରେ ଅବଦାନ ପାଇଁ ମାନ୍ୟତା ପାଇଛନ୍ତି, ସେଥିମଧ୍ୟରୁ କେବଳ ଚାରିଜଣ ମହିଳା ଅଛନ୍ତି।

Comments are closed.