ସିରିଆରେ  ରାସାୟନିୟକ ଗ୍ୟାସ ଆକ୍ରମଣ: ୧୦୦ରୁ ଊର୍ଦ୍ଧ ଗୁରୁତର

0

ଆଲୋପ୍ପୋ . – ସିରିଆର ଆଲୋପ୍ପୋରେ ରାସାୟନିକ ଗ୍ୟାସ  ପ୍ରୟୋଗ କରି ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଏଥିରେ ୧୦୦ରୁ ଅଧିକ ଲୋକ ଗୁରୁତର ହୋଇଥିବା ସୂଚନା ମିଳିଛି ।

ଆଲୋପ୍ପୋର ବିଭିନ୍ନ ଅଞ୍ଚଳରେ ଆତଙ୍କବାଦୀମାନେ ବିଷାକ୍ତ ଗ୍ୟାସ ପ୍ରୟୋଗ କରି ଆକ୍ରମଣ କରିଥିଲେ ବୋଲି ସିରିଆନ୍ ଆରବ ନ୍ୟୁଜ୍‌ ଏଜେନ୍ସି ଖବର ଦେଇଛି । ଆତଙ୍କବାଦୀମାନେ ଜନବହୁଳ ଅଞ୍ଚଳରେ  ବିଷ।କ୍ତ ରାସାୟନିକ ଗ୍ୟାସ ଥିବା ଅସ୍ତ୍ର ପ୍ରୟୋଗ କରିଥିଲେ । ଏଥିଯୋଗୁଁ ଅନେକ ଲୋକଙ୍କର ଶ୍ୱାସକ୍ରିୟାରେ ବାଧା ସୃଷ୍ଟି ହୋଇଥିଲା । ୧୦୭ ଜଣ ଲୋକଙ୍କୁ ଏହାପରେ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏହି ଆକ୍ରମଣର ସୂଚନା ମଳିବା ପରେ ସିରିଆର ସେନା ଆତଙ୍କବାଦୀଙ୍କ ଉପରେ  ଆକ୍ରମଣକୁ ଜୋରଦାର କରିଛି ।

Leave A Reply