ଏହି ମହିଳାମାନେ ହୋଇଥାଆନ୍ତି ଭାଗ୍ୟଶାଳୀ

ସାଧାରଣତଃ ପ୍ରତ୍ୟେକ ମହିଳା ନିଜେ ଭାଗ୍ୟଶାଳୀ କି ନୁହେଁ ତାହା ଜାଣିବା ପାଇଁ ନିଶ୍ଚିତ ଇଚ୍ଛୁକ ଥିବେ। ପୁରୁଷମାନେ ମଧ୍ୟ ଚାହୁଁଥିବେ ଯେ, ତାଙ୍କୁ ଜଣେ ଭାଗ୍ୟଶାଳୀ ମହିଳା ଜୀବନସାଥୀ ଭାବେ ମିଳନ୍ତୁ। ଆଜି ଆମେ ଆପଣଙ୍କ ମନରେ ଥିବା ଏହି ଦ୍ୱନ୍ଦ୍ୱର ଏକ ସମାଧାନ ନେଇଆସିଛୁ। ଶାରୀରିକ ଗଠନ, ଭଙ୍ଗି ତଥା ରୂପ ଆଦିକୁ ଆଧାର କରି ଭାଗ୍ୟ ଭବିଷ୍ୟ ବିଷୟରେ କିଛି ସଙ୍କେତ ମିଳିଥାଏ। ସାମୁଦ୍ରିକ ଶାସ୍ତ୍ରରେ ମଧ୍ୟ କୁହାଯାଇଛି ଯେ ସ୍ତ୍ରୀମାନଙ୍କର ରଙ୍ଗ ଏବଂ ମୁହଁର ଭଙ୍ଗୀ ଦେଖି ଭବିଷ୍ୟତ ବିଷୟରେ ଆକଳନ କରାଯାଇପାରିବ। ଆସନ୍ତୁ ଜାଣିବା କେଉଁ ମହିଳାମାନେ ଭାଗ୍ୟଶାଳୀ ହୋଇଥାଆନ୍ତି –

– ଯେଉଁ ସ୍ତ୍ରୀର ଶରୀର ରଙ୍ଗ ସୁନା ଭଳି ଏବଂ ହାତର ରଙ୍ଗ ପଦ୍ମ ଭଳି ସେହି ସ୍ତ୍ରୀ ପତିବ୍ରତା ହୋଇଥାଏ।
– ଯେଉଁ ସ୍ତ୍ରୀର ମୁହଁ ଚନ୍ଦ୍ରମା ଭଳି ଗୋଲ, ଶରୀରର ରଙ୍ଗ ଗୋରା, ଆଖି ବଡ଼ ଏବଂ ଓଠ ହାଲୁକା ଲାଲ ହୋଇଥାଏ ସେହି ସ୍ତ୍ରୀ ଲୋକମାନେ ସଂସାରର ସବୁ ସୁଖ ଭୋଗ କରିଥାନ୍ତି।
– ଯେଉଁ ସ୍ତ୍ରୀର ହାତର ରେଖା ଲାଲ, ସ୍ପଷ୍ଟ, ଗଭୀର, ଚିକ୍କଣ, ପୂର୍ଣ୍ଣ ଏବଂ ଗୋଲାକାର ହୋଇଥାଏ ସେହି ସ୍ତ୍ରୀ ଭାଗ୍ୟଶାଳୀ ହୋଇଥାଏ।
– ଯେଉଁ ସ୍ତ୍ରୀର ଆଙ୍ଗୁଳି ଲମ୍ବା, ଗୋଲ, ସୁନ୍ଦର ଏବଂ ପତଳା ହୋଇଥାଏ ସେହି ସ୍ତ୍ରୀ ଶୁଭ ହୋଇଥାନ୍ତି।
– ଯେଉଁ ସ୍ତ୍ରୀର ଦୁଇଟି ଆଖି ହାଲୁକା ଲାଲ, ଆଖି ପିତୁଳାର ରଙ୍ଗ କଳା ଏବଂ ଧଳା ଭାଗ ଗାଇର କ୍ଷୀର ଭଳି ଓ ଆଖିପତାର ରଙ୍ଗ କଳା ହୋଇଥାଏ ସେହି ସ୍ତ୍ରୀମାନେ ସୁଲକ୍ଷଣା ହୋଇଥାନ୍ତି।
– ଯେଉଁ ସ୍ତ୍ରୀର ରଙ୍ଗ ଗୋରା କିମ୍ବା ଶ୍ୟାମଳ ହୋଇଥାଏ, ମୁହଁ, ଦାନ୍ତ ଏବଂ କପାଳ ଚିକ୍କଣ ହୋଇଥାଏ ସେ ସ୍ତ୍ରୀଲୋକମାନେ ଭାଗ୍ୟଶାଳୀ ହୋଇଥାନ୍ତି।
– ଯେଉଁ ମହିଳାମାନଙ୍କ ହାତ କୋମଳ ଏବଂ ପାପୁଲି ସାମାନ୍ୟ ଲାଲ ହୋଇଥାଏ ସେ ସ୍ତ୍ରୀଲୋକମାନେ ସୈାଭାଗ୍ୟବତୀ ଏବଂ ଧନବତୀ ହୋଇଥାନ୍ତି।

 

Comments are closed.